Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ନର୍ସ ନିହାରିକା ଥିଲେ ଗରିବ ପରିବାରର ରୋଜଗାରିଆ ଝିଅ, ତାଙ୍କ ଗାଁ ଭିଙ୍ଗାରପୁରରୁ ଦେଖନ୍ତୁ ଏଇ ରିପୋର୍ଟ…

19/09/2019 at 5:27 PM

ବାଲିପାଟଣା (ସଂଜୀବ ଦାଶ) ୧୯|୯: ଜଗତସିଂହପୁର ବିରିଡି ଥାନା ବିଲୁଆଖାଇ ନଦୀ ପଠାରୁ ନର୍ସ ନିହାରିକାଙ୍କ ମୃତଦେହ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ପରିବାରଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ହତ୍ୟାକାରୀକୁ ଗିରଫ ଦାବି କରିଛନ୍ତି ପରିବାର ଲୋକ । ବିଜେପିର ଏକ ପ୍ରତିନିଧି ଦଳ ନିହାରିକାଙ୍କ ଘର ଭିଙ୍ଗାରପୁର ଆସି ପରିବାରକୁ ଭେଟିବା ସହ ନ୍ୟାୟ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ପ୍ରେମିକ କିଶୋର ଚନ୍ଦ୍ର ଅଂଚଲ ଓରଫ ରାଜା ସହ ନିହାରିକା ଯାଇ ଆଉ ଫେରିନଥିଲେ । ପରେ ଜଗତସିଂହପୁର ବିରିଡି ଥାନା ବିଲୁଆଖାଇ ନଦୀ ପଠାରୁ ଏକ ଅଖା ଭିତରୁ ମିଳିଥିଲା ନିହାରିକାଙ୍କ ମୃତଦେହ । ଘଟଣା ପରେ ରାଜା ଫେରାର ହୋଇଯାଇଥିବା ଜଣାପଡିଛି । ରାଜା ହିଁ ନିହାରିକାକୁ ହତ୍ୟା କରିଥିବା ନହାରିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । 

ନିହାରିକା କିଛିଦିନ ହେବ ରାଜାକୁ ଭଲ ପାଇଥିଲେ । ଏକଥା ନିହାରିକାଙ୍କ ମାଆକୁ ରାଜାର ମାଆ ଫୋନ୍ ଯୋଗେ କହିଥିଲେ । ମାତ୍ର ନିହାରିକାଙ୍କ ମୃତ୍ୟୁକୁ ନେଇ ରାଜା ଫେରାର ହୋଇଯିବା ଯୋଗୁଁ ରାଜାକୁ ସନ୍ଦେହ କରୁଛନ୍ତି ନିହାରିକାଙ୍କ ପରିବାର ଲୋକେ । ନିହାରିକା ରାଜା ସହ ଯାଇ ଆଉ ଫେରିନଥିଲେ ।

ନିହାରିକାଙ୍କ ଘର ବାଲିଅନ୍ତା ଥାନା ଭିଙ୍ଗାରପୁରରେ । ନିହାରିକାଙ୍କ ଘରର ପରିସ୍ଥିତି ମଧ୍ୟ ଏବେ ଠିକ୍ ନାହିଁ । ବାପା-ମାଆ ନିହାରିକାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ବାପା ଇଲେକ୍ଟ୍ରିକ୍ ମେକାନିକ୍ ଭାବେ କାର୍ଯ୍ୟ କରନ୍ତି । ତାଙ୍କର ମଧ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିବାରୁ ସେ ମଧ୍ୟ ଆଉ କାମଧନ୍ଦା କରିପାରୁନଥିଲେ । ନିହାରିକା ଯାହା ରୋଜଗାର କରୁଥିଲେ ସେଥିରେ ଘର ଚଳାଇବା ସହ ସାନ ଭାଇକୁ ପାଠ ପଢାଉଥିଲେ । ଏବେ କିପରି ଚଳିବ ନିହାରିକାଙ୍କ ପରିବାର ? । ହତ୍ୟାକାରୀକୁ ଖୋଜି ବାହାରକରି ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ନିହାରିକାଙ୍କ ପରିବାର ।

ନିହାରିକାଙ୍କ ହତ୍ୟା କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ମାତ୍ର ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବାରେ ପୋଲିସ ସଫଳ ହୋଇପାରିନାହିଁ । ନିହାରିକା ନିଖୋଜ ହେବା ପରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା । ମାତ୍ର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଯାହାକୁ ନେଇ ପରିବାରଲୋକ ପୋଲିସ ଉପରେ ଦୋଷ ଲଦିଛନ୍ତି ।

ବିଜେପିର ଏକ ପ୍ରତିନିଧି ଦଳ ନିହାରିକାଙ୍କ ଘର ଭିଙ୍ଗାରପୁର ଯାଇ ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ । ପ୍ରଭାତି ପରିଡା, ଲୋଖାଶ୍ରୀ ସାମନ୍ତସିଂହାର ଭିଙ୍ଗାରପୁରରେ ପହଂଚି ନିହାରିକାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ପୋଲିସର ନିଷ୍କ୍ରିୟତାକୁ ସମାଲୋଚନା କରିବା ସହ ଖୁବ୍ ଶୀଘ୍ର ହତ୍ୟାକାରୀକୁ ଗିରଫ କରାନଗଲେ ଆଗାମୀ ଦିନରେ ନିହାରିକା ହତ୍ୟାକାଣ୍ଡକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ନେଇ ବିଜେପି ଚେତାବନୀ ଦେଇଛି । 

ଗରିବ ପରିବାର ରୋଜଗାରିଆ ଝିଅକୁ ହରାଇଛନ୍ତି । ସରକାର ନିହାରିକା ପରିବାରକୁ ସହାୟତା ଦେବା ସହ ପୋଲିସ ପ୍ରଶାସନ ଖୁବ୍ ଶୀଘ୍ର ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଉଠାଇବାକୁ ଆବଶ୍ୟକ ହୋଇପଡିଛି ।

   Related Posts