Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

୮ଟି ଶିଶୁଙ୍କୁ ହତ୍ୟା ଏବଂ ୧୦ଟି ଶିଶୁଙ୍କ ହତ୍ୟା ଷଡ଼ଯନ୍ତ୍ର : ନର୍ସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

12/11/2020 at 12:46 PM

ୟୁକେରେ ଜଣେ ୩୦ବର୍ଷ ବୟସ୍କା ନର୍ସ ଲୁସି ଲେଟବିଙ୍କ ବିରୋଧରେ ୮ଟି ଶିଶୁଙ୍କ ହତ୍ୟାର ଅଭିଯୋଗ ହୋଇଛି। ପୋଲିସର କହିବା ଅନୁସାରେ ଲୁସିଙ୍କ ଉପରେ ଏହା ବ୍ୟତୀତ ୧୦ଟି ଶିଶୁଙ୍କୁ ହତ୍ୟା ଉଦ୍ୟମ କରିବାର ଅଭିଯୋଗ ମଧ୍ୟ ଲାଗିଛି। ଲୁସିଙ୍କ ବିରୋଧରେ ଏହା ପୂର୍ବରୁ ମଧ୍ୟ ଅଭିଯୋଗ ଲାଗି ସାରିଛି ଏବଂ ପୋଲିସ୍ ଏହି ମାମଲାରେ ତାଙ୍କ ଘରର ତଲାସି ମଧ୍ୟ ନେଇ ସାରିଛି।

ଚେଷ୍ଟର ହସ୍ପିଟାଲରେ ୨୦୧୫ମସିହାରୁ ୨୦୧୬ମସିହା ମଧ୍ୟରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୧୦ପ୍ରତିଶତ ବଢ଼ି ଯାଇଥିଲା। ତଦନ୍ତରୁ ସାମନାକୁ ଆସିଥିଲା ଯେ ହୃତପିଣ୍ଡ କିମ୍ବା ଫୁସଫୁସ୍ ଅକାମି ହୋଇଯିବା ଯୋଗୁଁ ଶିଶୁଙ୍କ ମୃତ୍ୟୁ ଘଟୁଥିଲା ଯାହାକୁ ପୁଣି ଥରେ ସକ୍ରିୟ କରିବା ଅସମ୍ଭବ ହେଉଥିଲା।

ଏହା ମଧ୍ୟ କୁହାଯାଇଥିଲା ଯେ ଏହି ମୃତ ଶିଶୁଙ୍କ ହାତ ଏବଂ ଗୋଡ଼ରେ ଅଦ୍ଭୁତ ଦାନା ମଧ୍ୟ ଦେଖାଯାଉଥିଲା ଏବଂ ଏହି ଶିଶୁଙ୍କ ମୃତ୍ୟୁର କାରଣ ଠିକ୍ ଭାବେ ଜଣା ପଡ଼ିପାରୁନଥିଲା। ଏହା ପରେ ହସ୍ପିଟାଲ୍ ପୋଲିସକୁ ଏବିଷୟରେ କହିଥିଲା ଏବଂ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ କହିଥିଲା ଯେ ସେମାନେ ଏହି ମାମଲାରେ ଲୁସିଙ୍କୁ ସର୍ବପ୍ରଥମେ ୨୦୧୮ମସିହାରେ ଗିରଫ କରିଥିଲା। ଏହା ପରେ ତାଙ୍କୁ କିଛି ଦିନ ପରେ ଜାମିନ ମିଳିଯାଇଥିଲା। ୨୦୧୯ଜୁନରେ ପୁଣି ଥରେ ଲୁସିଙ୍କୁ ଗିରଫ କରାଯାଇଥିଲା। ଏବେ ପୁଣି ଥରେ ଲୁସି ସନ୍ଦେହ ଘେରରେ ଅଛନ୍ତି।

ଲୁସିଙ୍କ ଜଣେ ବନ୍ଧୁଙ୍କ ମତରେ ଲୁସି ଏପରି କେବେ କରିପାରିବେ ନାହିଁ। ସେ ଜଣେ ପେଶାଦାର ନର୍ସ ଏବଂ ସେ ତାଙ୍କ ଚାକିରୀ ପାଇଁ ବହୁତ ପରିଶ୍ରମ କରିଛନ୍ତି। ସେ ତ ଗୋଟିଏ ମାଛିକୁ ବି ଭୁଲରେ ମାରନ୍ତି ନାହିଁ। ଲୁସିଙ୍କ ପଡ଼ୋଶୀ ମଧ୍ୟ ତାଙ୍କୁ ପେଶାଦାର ନର୍ସ କହିଥିଲେ ଏବଂ ତାଙ୍କ ସ୍ବଭାବ ମଧ୍ୟ ବହୁତ ଭଲ ଥିବା କହିଥିଲେ।

ଚେଷ୍ଟର ୟୁନିଭର୍ସିଟିରୁ ଗ୍ରାଜୁଏଟ ହୋଇଥିବା ଲୁସି ଦିନେ ୩ମିଲିୟନ ପାଉଣ୍ଡ ଫଣ୍ଡର କ୍ୟାମ୍ପେନର ଅଂଶ ଥିଲେ ଏବଂ ସେ ଲିଭରପୁଲ୍ ମହିଳା ହସ୍ପିଟାଲରେ ମଧ୍ୟ କାମ କରିଛନ୍ତି।

   Related Posts