Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କର୍ତ୍ତବ୍ୟ ଆଗ, ପରିବାର ପଛ : ଜେଜେମା’ଙ୍କ ଅନ୍ତିମସଂସ୍କାରରେ ଯୋଗ ଦେଇପାରିଲେନି ନର୍ସ, କହିଲେ ‘ମୋ ପାଇଁ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବା ବେଶୀ ଜରୁରୀ’

6/05/2021 at 7:23 PM

ନୂଆଦିଲ୍ଲୀ ୬।୫: ଦେଶରେ ଏହି ମହାମାରୀ ସମୟରେ ଆପଣ ନିଶ୍ଚୟ ଏମିତି ଅନେକ ଜିନିଷ ଦେଖିଥିବେ ଯାହା ମାନବିକତାର ସମସ୍ତ ସୀମା ଅତିକ୍ରମ କରିଥିବ । ଏହି କରୋନା କାଳରେ ଲୋକମାନେ ସେମାନଙ୍କର ମାନବିକତା ହରାଉଛନ୍ତି । କୁହାଯାଏ କର୍ମ ହିଁ ପୂଜା ଅଟେ । ଏଭଳି ପରିସ୍ଥିତିରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଜଣେ ନର୍ସ ତାଙ୍କ କର୍ମ ଦ୍ବାରା ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁଯାୟୀ, AIIMSର ନର୍ସିଂ ଅଧିକାରୀ ରାଖୀ ସୋନଙ୍କୁ ରବିବାର ଅପରାହ୍ନରେ କେରଳରେ ରହୁଥିବା ତାଙ୍କ ପରିବାର ପକ୍ଷରୁ ଫୋନ୍ ଆସିଥିଲା ଯେ, ତାଙ୍କ ଜେଜେମା’ଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି ଖବର ଶୁଣି ରାଖୀଙ୍କୁ ଏକ ଝଟକା ଲାଗିଥିଲା । କିନ୍ତୁ କିଛି ଘଣ୍ଟା ପରେ ରାଖୀ ନିଜକୁ ସମ୍ଭାଳି ନେଇଥିଲେ ।

୩୨ ବର୍ଷ ବୟସ୍କା ନର୍ସ ରାଖୀ କହିଛନ୍ତି ଯେ, ସେ ବର୍ଷକର ହୋଇଥିବା ବେଳେ ତାଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କ ଜେଜମା ତାଙ୍କୁ ପାଳିପୋଷି ବଡ କରିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ସେ ନିଜକୁ ଅନାଥ ଓ ଅସହାୟ ଅନୁଭବ କରୁଥିଲେ । ସେ ଜାଣିଥିଲେ ଯେ, କୋଭିଡ୍ ପ୍ରୋଟୋକଲ ଯୋଗୁଁ ତାଙ୍କୁ ଜେଜେମା’ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଅନୁମତି ଦିଆଯିବନାହିଁ । ଏହା ବ୍ୟତୀତ ଅନେକ ରୋଗୀଙ୍କ ଦାୟିତ୍ବ ତାଙ୍କ ଉପରେ ଥିଲା । ଯଦି ମୁଁ ତାଙ୍କ ଜୀବନ ବଞ୍ଚାଇ ପାରିବି ତେବେ ତାହା ହିଁ ଜେଜେମା’ଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ହେବ ।

ରାଖୀ ସୋନ ମୂଳତଃ କେରଳର ଥିରୁଅନନ୍ତପୁରମର । ସେ ତାଙ୍କ ସ୍ବାମୀ ଏବଂ ଦୁଇ ପିଲାଙ୍କ ସହ ଦିଲ୍ଲୀରେ ରୁହନ୍ତି । ରାଖୀ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ତାଙ୍କ ଘରକୁ ନଯିବା ନିଷ୍ପତ୍ତି ସହଜ ନଥିଲା । ଯଦି ସେ ଘରକୁ ଯାଇଥାନ୍ତେ, ତେବେ ମୁଁ ଭାବପ୍ରବଣ ହୋଇଥାନ୍ତେ । ବର୍ତ୍ତମାନ ଏଠାରେ ମୋର ଆବଶ୍ୟକତା ରହିଛି । ସେଥିପାଇଁ ମୁଁ ମୋର କର୍ତ୍ତବ୍ୟ ଜାରି ରଖିବାକୁ ସ୍ଥିର କଲି । ମୋ ଖୁଡି ଜେଜେମା’ଙ୍କ ଅନ୍ତିମ ସଂସ୍କାର ଭିଡିଓ ରେକର୍ଡ କରି ମୋତେ ଦେଇଥିଲେ । ମୁଁ ଏପର୍ଯ୍ୟନ୍ତ ତାହା ଦେଖି ନାହିଁ । କାରଣ ମୁଁ ମାନସିକ ସ୍ତରରେ ଶକ୍ତିଶାଳୀ ହୋଇପାରିବିନି । ଦେଶରେ କରୋନାର ଦ୍ବିତୀୟ ଲହର ଭୟଙ୍କର ହେଉଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି ଏବଂ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ ଅନେକ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀ ବିନା ବ୍ରେକରେ ନିଜ ଡ୍ୟୁଟି କରୁଛନ୍ତି ।

   Related Posts