Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟିକା ବଦଳରେ ସାଲାଇନ୍ ଦେଇଦେଲେ ନର୍ସ, ଗୋଟିଏ ଭୁଲ ଲୁଚାଇବାକୁ କଲେ ଆଉ ଗୋଟିଏ ଭୁଲ

27/04/2021 at 11:59 AM

ବନ୍, ୨୭।୦୪: ଟିକା ନୁହେଁ ଦେଇଦେଲେ ସାଇାଇନ୍ । ସାଙ୍ଘାତିକ ଭୁଲ୍ କଲେ ନର୍ସ । ଜର୍ମାନୀରେ ଜଣେ ମହିଳା ନର୍ସ ସାଧାରଣ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ବଦଳରେ ସାଲାଇନ୍‌ ଦେଇ ଦେଇଥିବାର ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଜର୍ମାନୀରେ ଲୋକଙ୍କୁ ଫାଇଜର-ବାୟୋଏନଟେକ୍‌ ଟିକା ଦିଆଯାଉଥିଲା । ଏହି ଟିକା ଦିଆଯିବା ପୂର୍ବରୁ ସାଲାଇନ ସହିତ ମିଶ୍ରଣ କରାଇବାର ନିୟମ ରହିଛି । ଉକ୍ତ ନର୍ସ ଜଣକ ଏହି ଦାୟିତ୍ୱରେ ଥିଲେ । ତେବେ ସେ ଟିକା ସହିତ ସାଲାଇନ୍‌ ମିଶାଉଥିଲାବେଳେ ତାଙ୍କ ହାତରୁ ଟିକାର ଗୋଟାଏ ଭାୟଲ ଖସି ପଡି ଭାଙ୍ଗିଯାଇଥିଲା ।

କିନ୍ତୁ ସେ ନିଜର ଏହି ଭୁଲ ବିଷୟରେ କାହାକୁ ନଜଣାଇ ୬ ଜଣ ଲୋକଙ୍କୁ ଇଞ୍ଜେକସନରେ କେବଳ ସାଲାଇନ ପୂରାଇ ଦେଇ ଦେଇଥିଲେ । ପରେ ସେ ନିଜର ଜଣେ ସହକର୍ମୀଙ୍କ ଆଗରେ ଏହି କଥା ପ୍ରକାଶ କରିଥିଲେ । ସେଇ ସହକର୍ମୀ ଜଣକ ଏବେ ଏହାକୁ ପ୍ରଘଟ କରିଛନ୍ତି ।

ଏହାପରେ ଜର୍ମାନୀ ସରକାର ସଂପୃକ୍ତ କେନ୍ଦ୍ରରେ ଯେଉଁ ୨୦୦ ଜଣ ଲୋକଙ୍କୁ ଟିକା ଦିଆଯାଇଥିଲା, ସେମାନଙ୍କୁ ଡକାଇ ସେମାନଙ୍କର ଆଣ୍ଟିବଡି ପରୀକ୍ଷା କରିବାକୁ ସ୍ଥିର କରିଛନ୍ତି । ଏହାଦ୍ୱାରା ଯେଉଁ ୬ ଜଣଙ୍କୁ ଟିକା ବଦଳରେ କେବଳ ସାଲାଇନ ଦିଆଯାଇଛି, ସେମାନଙ୍କୁ ଚିହ୍ନଟ କରାଯିବ ।

   Related Posts