Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ନେଇଗଲା ସ୍ମୃତିଶକ୍ତି : ନିଜ ଗର୍ଭଧାରଣ ବିଷୟରେ ଭୁଲିଗଲେ ମହିଳା

1/08/2020 at 9:09 PM

କରୋନା ଭାଇରସ୍ ସଂକ୍ରମିତ ମହିଳା ପୁଅକୁ ଜନ୍ମ ଦେଇଛନ୍ତି,କିନ୍ତୁ ରୋଗରେ ପଡ଼ି ମହିଳା ଭୁଲି ଯାଇଥିଲେ ଯେ ସଂକ୍ରମିତ ହେବା ପୂର୍ବରୁ ସେ ଗର୍ଭବତୀ ଥିଲେ। କରୋନା ଯୋଗୁଁ ହୃଦଘାତ ଏବଂ ମସ୍ତିଷ୍କରେ ଆଘାତ ଲାଗିଥିବାରୁ ମହିଳାଙ୍କ ସ୍ମୃତିଶକ୍ତି ଚାଲି ଯାଇଥିଲା।

ଆମେରିକାର ବ୍ରୃକଲିନରେ ରହୁଥିବା ୩୫ବର୍ଷ ବୟସ୍କା ସିଲଭିଆ ଲିରୟ ପେଶାରେ ଜଣେ ନର୍ସ। ସେ ୨୮ସପ୍ତାହର ଗର୍ଭବତୀ ଥିଲେ ଯେତେବେଳେ ତାଙ୍କୁ ମାର୍ଚ୍ଚ ମାସ ଶେଷରେ କରୋନା ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା।

କରୋନା ଚିକିତ୍ସା ସମୟରେ ଭେଣ୍ଟିଲେଟର ହଟାଯିବା ପରେ ମହିଳାଙ୍କୁ ହୃଦଘାତ ହୋଇଥିଲା। ପରେ ସ୍ବାସ୍ଥ୍ୟରେ ସୁଧାର ଆସିବାରୁ ସି ସେକ୍ସନ୍ ଜରିଆରେ ସେ ପ୍ରିମାଚ୍ୟୁର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ପାଖାପାଖି ୪ମିନିଟ୍ ଯାଏଁ ମସ୍ତି​‌ଷ୍କକୁ ଅକ୍ସିଜେନ୍ ନ ମିଳିବାରୁ ସିଲଭିଆଙ୍କୁ ମସ୍ତିଷ୍କରେ ଆଘାତ ଲାଗିଥିଲା ଏବଂ ଏହା ଯୋଗୁଁ ତାଙ୍କ ସ୍ମରଣ ଶକ୍ତି ଚାଲି ଯାଇଥିଲା। କୋମାରୁ ବାହାରକୁ ଆସିବା ପରେ ସିଲଭିଆଙ୍କୁ ବିଲକୁଲ ମନେ ନଥିଲା ଯେ ସେ ପୂର୍ବରୁ ଗର୍ଭବତୀ ଥିଲେ। ଏବେ ତାଙ୍କ ଝିଅ ୩ମାସର ହୋଇଗଲାଣି।

   Related Posts