ସାଲାଇନ୍ ଲଗାଇଲେନି, କାରଣ ପଚାରିବାରୁ ରୋଗୀଙ୍କୁ ଦୁର୍ବ୍ୟବହାର କଲେ ନର୍ସ : ଭିଡିଓ ଭାଇରାଲ

Published By : Prameya-News7 Bureau | May 08, 2021 IST

ପାଟଣା,୦୮/୦୫:   କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ରୋଗୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ । ରୋଗୀଙ୍କୁ କାର୍ଯ୍ୟରତ ନର୍ସ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ ହେଇଛି।

ସୂଚନା ଅନୁସାରେ,  ଉଦୟପୁର ଗ୍ରାମର ୫୨ ବର୍ଷିୟ ବ୍ୟକ୍ତି  କୋଭିଡରେ ପୀଡିତ ହୋଇ ଘରେ ସଙ୍ଗରୋଧରେ ରହିଥିଲେ ।  ୧୪ ଦିନ ରହିବା ପରେ ସେ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ପରୀକ୍ଷା କରିବାରୁ ତାଙ୍କର ନେଗେଟିଭ ରିପୋର୍ଟ ଆସିଥିଲା । ତାଙ୍କ ଶରୀର ଦୁର୍ବଳ ଥିବାରୁ ଡାକ୍ତର ତାଙ୍କୁ ସାଲାଇନ ନେବାକୁ କହିଥିଲେ।

wp:html /wp:html

ସେଠାରେ କାର୍ଯ୍ୟରତ ନର୍ସଙ୍କୁ କହିବାରୁ ନର୍ସ ସାଲାଇନ ଦେବାରେ ଡେରି କରିଥିଲେ । ଏହାର କାରଣ ପଚାରିବାରୁ ନର୍ସ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଉଦୟପୁର  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ରୋଗୀ ଜଣଙ୍କ ଶୁକ୍ରବାର  କୋଭିଡ ପଜେଟିଭ୍ ବାହାରିଥିବା ସମ୍ପର୍କୀୟଙ୍କୁ ଧରି ଆସିଥିବାରୁ ନର୍ସ ଜଣଙ୍କ ତାଙ୍କୁ ଦୁରରେ ରୁହ କହିବାରୁ ଉଭୟଙ୍କ ମଧ୍ୟରେ  ବଚସା ହୋଇଥିବା ସେ କହିଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବଚସା ସମୟରେ ମୋବାଇଲରେ ଭିଡିଓ  ଉତ୍ତୋଳନ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.