Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଦୁର୍ନୀତିଖୋର ନର୍ସ, ପ୍ରସୂତିପରେ ମେଡିକାଲ ପରିତ୍ୟାଗ ପତ୍ର ଓ ଜନ୍ମପଞ୍ଜିକରଣ ପତ୍ରିକା ପାଇଁ ମାଗୁଛନ୍ତି ଟଙ୍କା, ଭିଡିଓ ଭାଇରାଲ

17/05/2021 at 9:18 PM

କରଞ୍ଜିଆ,୧୭/୫: ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ନାମରେ ମେଡ଼ିକାଲ କର୍ମଚାରୀମାନେ ମନଇଛା ଟଙ୍କା ଆଦାୟ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗତ କିଛିଦିନ ପୂର୍ବରୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଲେଇ ବେଡା ଗ୍ରାମପଞ୍ଚାୟତ ରାଣୀଭୋଳ ଗ୍ରାମର ଦୁର୍ଗା ସୟଙ୍କ ସ୍ତ୍ରୀ ବା ମୁନି ସୟଙ୍କ ପ୍ରସବ ବେଦନା ହେବାରୁ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ସେଠାରେ ତାଙ୍କର ପ୍ରସବ ହେବା ପରେ ସେ ମେଡ଼ିକାଲ ପରିତ୍ୟାଗ କରିବା ଲାଗି ତାଙ୍କ ସ୍ୱାମୀ ପରିତ୍ୟାଗପତ୍ର ପାଇଁ ଅଫିସ ଯାଇଥିବାବେଳେ ମେଡ଼ିକାଲର ରୁକ୍ମଣୀ ଜେନା ନାମକ ନର୍ସ ତାଙ୍କୁ ଜୋର ଜବରଦସ୍ତଟଙ୍କା ମାଗିବା ସହିତ ତାଙ୍କୁ

ଯଦି ଟଙ୍କା ନଦେବୁ ତେବେ ତତେ ପରିତ୍ୟାଗ ପତ୍ର କିମ୍ବା ଜନ୍ମପଞ୍ଜିକରଣ ପତ୍ରିକା ଦେବି ନାହିଁ ବୋଲି କହୁଥିବା ଦେଖିବାକୁ ମିଳିଛି । ଖର୍ଚ୍ଚ ପତ୍ର ଏହି ଖାତାରେ ରଖିଦେଇଯା l ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଇ ଘଟଣା ପରେ ଦୁର୍ଗାସୟ ଏବଂ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପଦ୍ମ ଚରଣ ହାଇବୁରୁ ଏହାର ଅଭିଯୋଗ ପତ୍ର ମୟୁରଭଞ୍ଜ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଥିଲେ। ସେ ଏହାର ବିଧିବଦ୍ଧ ତଦନ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି। ସେପଟେ ଜିଲ୍ଲା ଚିକିତ୍ସାଧିକାରୀ ଚିରାଚରିତ ଢଙ୍ଗରେ କହିଛନ୍ତି କି, ବର୍ତ୍ତମାନ କିଛି କାର୍ଯ୍ୟାନୁଷ୍ଠାନ ହେଇନି ଆଗକୁ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ୧୦୦ ପ୍ରତିଶତ ନିଆଯିବ l

ତେବେ ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ହୋଇଥିବା ବେଳେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଏଠାରେ କର୍ମଚାରୀମାନେ ଅନାୟାସରେ ଟଙ୍କା ମାଗୁଛନ୍ତି। ଏପରି ଅଭିଯୋଗ ପୂର୍ବରୁ ଆସିଥିଲେ ମଧ୍ୟ ବର୍ତ୍ତମାନ ଏହାର ଜ୍ୱଳନ୍ତ ଉଦାହରଣ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।ଏହାର ବିଧିବଦ୍ଧ ତଦନ୍ତ କରିବା ସହିତ ଏପରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବତନ ବିଧାୟକ ଦାବି କରିଛନ୍ତି।

   Related Posts