Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଅଖା ଭିତରେ ନର୍ସଙ୍କ ଶବ : ପ୍ରେମ ସଂପର୍କରୁ ହତ୍ୟା ସନ୍ଦେହ, ପୋଲିସର ତନାଘନା

17/09/2019 at 5:27 PM

ଜଗତସିଂହପୁର ୧୭|୯: ଜଗତସିଂହପୁର ଜିଲ୍ଲା ବିରିଡି ଥାନା ନୂଆପାରି ନିକଟସ୍ଥ ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇ ପଡିଥିବା ଯୁବତୀଙ୍କ ଶବ ଜଣେ ନର୍ସଙ୍କର ବୋଲି ଜଣାପଡିବା ପରେ ଘଟଣା ପଛର ରହସ୍ୟ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।  ଯୁବତୀଙ୍କ ନାଁ ନିହାରିକା ପାତ୍ର ଓ ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ତେବେ ସେ କଟକର ଏକ ଘରୋଇ ନର୍ସିଂହୋମ୍ ରେ ନର୍ସ ଭାବେ କାମ କରୁଥିଲେ । ୮ ତାରିଖ ଦିନ ୪ଟାରେ ଜଣେ ଯୁବକଙ୍କ ସହ ସେ ନର୍ସିଂ ହୋମରୁ ବାହାରିଯିବା ପରେ ଆଉ ଫେରିନଥିଲେ  ।

ଗତ ୮ତାରିଖ ଦିନ ଜଣେ ଯୁବକ ସହ ଦିନ ୪ଟା ବେଳେ ସେ ନର୍ସିଂହୋମ୍ ଛାଡିଥିଲେ । ୯ତାରିଖ ଦିନ ସେ ଡ୍ୟୁଟିକୁ ନଆସିବାରୁ କଟକ ଏମ ଏମ ମେଡିକେୟାର ନର୍ସିଂହୋମ୍ ପକ୍ଷରୁ ମଧୁପାଟଣା ଥାନାରେ ନିଖୋଜ ରିପୋର୍ଟ ଦିଆଯାଇଥିଲା । ପୋଲିସ ସଂପୃକ୍ତ ଯୁବକ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଡାକି ପଚରାଉଚରା କରିଥିଲା । ୮ତାରିଖ ଦିନ ୪ଟା ବେଳେ ତାଙ୍କ ସହ ବାହାରକୁ ଯାଇଥିବା ନିହାରିକାଙ୍କୁ ସେ ପୁଣି ନର୍ସିଂହୋମ୍ ରେ ଛାଡିଯାଇଥିଲେ ବୋଲି କହିଥିଲେ ।

ତେବେ ଆଜି ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ନିହାରିକାଙ୍କ ଶବ ମିଳିଛି । ଏହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ନିହାରିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖୋର୍ଦ୍ଧାରୁ ନିହାରିକାଙ୍କ ପରିବାରଲୋକ ଜଗତସିଂହପୁରରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । ଘଟଣା ସଂପର୍କରେ ଉଭୟ ଜଗତସିଂହପୁର ଓ କଟକ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ଗତ ଦେଢ଼ ବର୍ଷ ତଳେ ଜିଲାର ରଘୁନାଥପୁର ଥାନା ଧଳତଙ୍ଗ ଗଡ଼ ଜଙ୍ଗଲରୁ ଜଣେ ଯୁବତୀଙ୍କର ଅଖା ଭିତରୁ ମୃତ ଦେହ ମିଳି ଥିବା ବେଳେ ଏହାର ୬ ମାସ ପୂର୍ବରୁ ସେହି ଜଙ୍ଗଲରୁ ଆଉ ଜଣେ ଅଜଣା ଯୁବତୀଙ୍କର ଏକ ବାକ୍ସ ଭିତରୁ ମୃତ ଦେହ ଉଦ୍ଧାର କରାଯାଇ ଥିଲା । ପୁଣି ବିଲୁଆଖାଇ ପଠାରୁ ଆଉ ଜଣେ ଅଜଣା ଯୁବତୀଙ୍କର ଅଖା ଭିତରୁ ଗଳିତ ଶବ ଉଦ୍ଧାର ହେବା ଘଟଣା ସାରା ଜିଲାରେ ଚାଂଚଲ୍ୟ ସୃଷ୍ଟି କରିଛି ।

   Related Posts