Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପ୍ରେମ ପ୍ରତାରଣରେ ନର୍ସଙ୍କ ଆତ୍ମହତ୍ୟା ! ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର, ସନ୍ଦେହରେ ପୋଲିସ ଏଏସ୍‌ଆଇ

3/05/2021 at 10:25 PM

ଝାରସୁଗୁଡ଼ା,୦୩/୦୫: ବିବାହିତ ପୋଲିସ ଏଏସ୍‌ଆଇଙ୍କ ପ୍ରେମ ଜାଲରେ ଫସିବା ଜଣେ ନର୍ସଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ପତ୍ନୀ ଭାବେ ଗ୍ରହଣ ନ କରିବା ଏବଂ ଉଚ୍ଚପଦସ୍ଥ ଅଧିକାରୀ ମହଲରେ ଅଭିଯୋଗ କରିବା ପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ କରାନଯିବାରୁ ଶେଷରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାରେ କାର୍ଯ୍ୟରତ ଏହି ନର୍ସ ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି ।

ଗତ ଶୁକ୍ରବାର ରାତି ଝାରସୁଗୁଡ଼ା ବେହେରାମାଲ ଠାରେ ସେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିବା ପରେ ପରଦିନ ବନ୍ଦ କୋଠରୀରୁ ତାଙ୍କ ଶବ ପୋଲିସ୍‌ ଉଦ୍ଧାର କରିଛି । ଏନେଇ ପୂର୍ବରୁ ସମ୍ପୃକ୍ତ ନର୍ସଙ୍କ ଅଭିଯୋଗ କ୍ରମେ ବନହରପାଲି ଥାନାରେ କାର୍ଯ୍ୟରତ ଟ୍ରେନି ଏଏସ୍‌ଆଇ ଯୁଗଳ ସେଠ ଏବଂ ପରିବାର ଲୋକଙ୍କ ବିରୋଧରେ ବନହରପାଲି ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଶବ ଉଦ୍ଧାର ପରେ ଝାରସୁଗୁଡ଼ା ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ବିକାଶ ଚନ୍ଦ୍ର ଦାଶ କହିଛନ୍ତି ।

ବନହରପାଲି ଥାନାରେ ରୁଜୁ ହୋଇଥିବା ମାମଲା ତଥା ନର୍ସଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସହ ଏଏସ୍‌ଆଇ ଯୁଗଳ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ଅଭିଯୁକ୍ତ ଏଏସ୍‌ଆଇ ବିବାହିତ । ନର୍ସ ତାଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରକୁ ଯାଇଥିବା ସମୟରେ ତାଙ୍କୁ ଏକ କୋଠରୀରେ ଭର୍ତ୍ତି କରି ପରିବାର ଲୋକେ ନିର୍ଯାତନା ଦେଇଥିଲେ । ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବାକୁ ବି ଅଭିଯୁକ୍ତ ଏଏସ୍‌ଆଇ ମନା କରିଥିଲେ । ଯାହାକୁ ନେଇ ସେ ବନହରପାଲି ଥାନାରେ ଗତ ଏପ୍ରିଲ ୨୮ ତାରିଖ ଏତଲା ଦେବା ପରେ ପୋଲିସ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ହେଲେ ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଏତଲାରେ ଉଲ୍ଲେଖ କରିଥିଲେ । ହେଲେ ସବୁ ଆଡୁ ନିରାଶ ହେବା ପରେ ସେ କିଛି ଔଷଧ ସେବନ କରିବାରୁ ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡ଼ିଥିଲା ।

ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସେ ଝାରସୁଗୁଡ଼ା ଭଡ଼ା ଘରେ ରହିଥିଲେ । ହେଲେ ଶନିବାର ତାଙ୍କ ମୃତଦେହ ପୋଲିସ୍‌ ଘର ଭିତରୁ ଉଦ୍ଧାର କରିଛି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଝାରସୁଗୁଡ଼ା ଏସ୍‌ପି ଏବଂ ବନହରପାଲି ଥାନା ଅଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ପ୍ରେମ ପ୍ରତାରଣା ସମ୍ପର୍କରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ । ପୋଲିସ୍‌ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆ ନ ଯିବା ପରେ ହତୋତ୍ସାହିତ ହୋଇ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ମୃତାଙ୍କ ପ୍ରକୃତ ଘର ସମ୍ୱଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ରହିଛି । ପୋଲିସ୍‌ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନନେଇ ସମ୍ପୃକ୍ତ ଏଏସ୍‌ଆଇଙ୍କୁ ସହାନୁଭୂତି ଦେଖାଇବା କାରଣରୁ ସେ ଆତ୍ମହତ୍ୟା କଲେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଜିଲ୍ଲା ପୋଲିସର ଏଭଳି ଆଭିମୁଖ୍ୟ ସମାଲୋଚିତ ହେବାରେ ଲାଗିଛି ।

   Related Posts