ଭ୍ୟାକସିନ୍ ନେବା ପରେ ମଧ୍ୟ ହେଉଛି କରୋନା : ଫାଇଜର ଟିକା ନେବାର ୩ ସପ୍ତାହ ପରେ ପଜିଟିଭ ଚିହ୍ନଟ ହେଲେ ନର୍ସ

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧ : ବ୍ରିଟେନ୍‌ରେ କରୋନା କାୟା ମେଲାଇ ଚାଲିଛି । ସେହିଭଳି ଦେଶବାସୀଙ୍କୁ ଭ୍ୟାକସିନ୍‌ ମଧ୍ୟ ଯୁଦ୍ଧାକଳୀନ ଭିତ୍ତିରେ ଦିଆଯାଉଛି । ତେବେ ଏହାକୁ ମଧ୍ୟରେ ଚକିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । କରୋନାକୁ ୯୫ ପ୍ରତିଶତ ମାତ୍‌ ଦେଉଥିବା ଦାବି କରୁଥିବା ଫାଇଜର ଭ୍ୟାକସିନ ନେବାର ୩ ସପ୍ତାହ ପରେ ଜଣେ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି । ଅନେକ ପରୀକ୍ଷା ପରେ ଫାଇଜର ଭ୍ୟାକସିନ୍‌କୁ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ବ୍ରିଟେନ୍‌ ସରକାର ।

ତେବେ ଭ୍ୟାକସିନ୍‌ ନେବାର ୩ ସପ୍ତାହ ପରେ ଜଣେ ନର୍ସ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । କିଛି ଦିନ ତଳେ ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଯାଇଥିଲା । ଏହାକୁ ନେଇ ସାରା ବିଶ୍ବରେ ହଟଚମଟ ସୃଷ୍ଟି ହୋଇଛି । ବ୍ରିଟେନ୍‌ରେ ଜଣେ ନର୍ସ ଭ୍ୟାକସିନ୍‌ ନେବା ପରେମ ମଧ୍ୟ  କରୋନା ଆକ୍ରାନ୍ତ ହେବା ପରେ ଏକ୍ସପର୍ଟମାନେ ଏହାକୁ ନେଇ ମତ ଦେଇଛନ୍ତି । ଏକ୍ସପର୍ଟମାନେ କହିଛନ୍ତି ଯେ, ଭ୍ୟାକସିନ୍‌ ନେବା​‌ପରେ ଶରୀରରେ ଇମ୍ୟୁନିଟି ବଢାଇବା ପାଇଁ କିଛି ଦିନ ସମୟ ଲାଗିଥାଏ ।

wp:gallery {"ids":[389534],"linkTo":"none"} /wp:gallery

ତେବେ ଅନୁମାନ କରାଯାଉଛି ଯେ ଏଥିପାଇଁ ହୁଏତ ସେହି ନର୍ସଙ୍କୁ କରୋନା ସଂକ୍ରମିତ କରିଥାଇପାରେ । ଏହା ସହ ବୈଜ୍ଞାନିକମାନେ କହିଛନ୍ତି ଟିକା ନେବା ପରେ ମଧ୍ୟ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ମାନିବା ଉଚିତ । ଟିକା ନେବା ପରେ କରୋନା ସଂକ୍ରମଣ ହେବ ନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଥିଲେ । ସେମାନଙ୍କ ଦୀର୍ଘଦିନର ପ୍ରୟାସ ଏବଂ ପରୀକ୍ଷାନିରୀକ୍ଷା ପରେ ଫାଇଜର ଭ୍ୟାକସିନ୍‌କୁ ଅନୁମତି ମିଳିଥିଲା ।

wp:gallery {"ids":[389535],"linkTo":"none"} /wp:gallery

ଭ୍ୟାକସିନ୍‌ ନେବା ପରେ କରୋନା ଆକ୍ରାନ୍ତ ହୋଇଥିବା ନର୍ସ କହିଛନ୍ତ, ସେ ପ୍ରଥମ ପର୍ଯ୍ୟାୟ ଫାଇଜର ଭ୍ୟାକସିନ୍‌ ନେଇସାରିଥିଲେ ଏବଂ ଦ୍ବିତୀୟ ପର୍ଯ୍ୟାୟ ଭ୍ୟାକସିନ କିଛି ଦିନ ମଧ୍ୟରେ ନେଇଥାନ୍ତେ । ତେବେ ଏହାରି ମଧ୍ୟରେ ତାଙ୍କୁ କରୋନା ଲକ୍ଷଣ ଦେଖାଦେଇଥିଲା । ଏହା ପୂର୍ବରୁ ଆମେରିକାର ସେନ୍‌ ଡିଆଗୋରେ ଜଣେ ନର୍ସ ମ୍ୟାଥ୍ୟୁ ଡବ୍ଲ୍ୟୁ ଫାଇଜର ଭ୍ୟାକସିନ ନେବାର ୬ ଦିନ ପରେ କରୋନା ଆକ୍ରାନ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.