ବଲିଉଡର ସୁପରଷ୍ଟାର ଖିଲାଡି ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଏମିତି ନାମ ଯାହା ସହ କାମ କରିବା ପାଇଁ ବଡ ବଡ ନିର୍ମାତା ଓ ଅଭିନେତ୍ରୀ ବହୁତ ଉତ୍ସୁକ ଥାନ୍ତି। ଆଜିକାଲି ଅକ୍ଷୟ ନିଜ ସହ ନ୍ୟୁ କମରଙ୍କୁ ସୁଯୋଗ ଦେବାକୁ ଚାହାନ୍ତି। ତେବେ ବଲିଉଡ ଅଭିନେତ୍ରୀ କ୍ରିତି ସାନୋନଙ୍କ ସାନ ଭଉଣୀ ନୁପୁର ଅକ୍ଷୟ କୁମାରଙ୍କ ସହ ନିଜ ଡେବ୍ୟୁ କରିବେ।
{"id":161575,"width":570,"height":426}ଏକ ଆଲବମ୍ ଗୀତ ମାଧ୍ୟମରେ ସେ ପରଦାରେ ପାଦ ଦେବେ। ଶୁଟିଂ ସେଟ୍ରେ ମଧ୍ୟ ଦୁହେଁ ଏକା ସହ ପହଞ୍ଚିଥିଲେ। ୨୩ ବର୍ଷର ନୁପୁରଙ୍କ କ୍ୟୁଟନେସ ଯୋଗୁଁ ସୋସିଆଲ ମିଡିଆରେ ଅନେକ ଦର୍ଶକ ତାଙ୍କୁ ଫଲୋ କରୁଛନ୍ତି।
{"id":161574,"width":576,"height":576}ଅକ୍ଷୟ କୁମାରଙ୍କ ସହ ଡେବ୍ୟୁ କରୁଥିବାରୁ ତାଙ୍କ ଖୁସି ଦୁଇଗୁଣା ଅଧିକ ହୋଇଯାଇଛି। ଶୁଟିଂ ସେଟ୍ରେ ଶୁଟିଂ ଆରମ୍ଭ ହେବା ପୂର୍ବରୁ କିଛି ଫଟୋ ନିଆଯାଇଛି ଯାହା ଏବେ ଭାଇରାଲ ହେଉଛି। ସେଟ୍ରେ ବି ପ୍ରାକ ଓ ଗାୟକ ଏମି ବ୍ରିକ୍ ମଧ୍ୟ ଉପସ୍ଥିତ ଥିଲେ। ସିନ୍ ଅନୁସାରେ ନୁପୁର ଡ୍ରେସଅପ ହୋଇଥିଲେ।
{"id":161576,"width":574,"height":440}ସେ ସାଲୱାର ସୁଟ୍ର ନଜର ଆସିଛନ୍ତି। ଅକ୍ଷୟ କୁମାର ଫର୍ମାଲ ଲୁକ୍ରେ ନଜର ଆସିଛନ୍ତି। ନୁପୁର ଏତେ ଉତ୍ସାହିତ ଅଛନ୍ତି ଯେ, ସେ ଅକ୍ଷୟଙ୍କ ସହ ଉଠାଇଥିବା ଫଟୋ ଇନ୍ଷ୍ଟାରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ତାଙ୍କୁ ଏମିତି ଜଣେ ଅଭିନେତାଙ୍କ ସହ କାମ କରିବାର ସୁଯୋଗ ମିଳିଛି ଯାହାର ସେ ପିଲାବେଳୁ ଫ୍ୟାନ୍।
{"id":161579}ନୁପୁର ନିଜ ବଡ ଭଉଣୀ କ୍ରିତି ଭଳି ଦେଖିବା ପାଇଁ ଖୁବ ସୁନ୍ଦର। ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ପରିଶ୍ରମ କରୁଥିଲେ। ଏହି ପଂଜାବି ଗୀତର ନାଁ ଫିଲହାଲ ରଖାଯାଇଛି। ନୁପୁରଙ୍କୁ ଏହି ଗୀତ ପାଇଁ ନିର୍ମାତା ୮୦ ଲକ୍ଷ ଟଙ୍କା ଦେଇଛନ୍ତି। ତେଣୁ ଦଶର୍କ ଏବେ ଏହି ଆଲବମ୍ ରିଲିଜ ହେବାକୁ ଅପେକ୍ଷା କରିବେ।