ଚେକ୍ ବୁକରେ ଛପା ଯାଇଥିବା ଏହି ନମ୍ବରର ଅର୍ଥ କଣ ଜାଣନ୍ତୁ
22/10/2019 at 4:27 PM

ବ୍ୟାଙ୍କରେ ଆକାଉଣ୍ଟରେ ଥାଇ ମଧ୍ୟ ଅଧିକାଂଶ ଲୋକେ ଚେକ ବୁକ୍ ବିଷୟରେ ଅଧିକ ଜାଣି ନଥାନ୍ତି। କିଛି ଜଣ କାହା ପାଇଁ ଚେକ୍ ଇସୁ କରନ୍ତି ତ କାହାକୁ ଚେକ୍ ମିଳିଥାଏ। ଏଥିପାଇଁ ଚେକ୍ ଉପରେ ଲେଖାଯାଇଥିବା ସୂଚନା ବିଷୟରେ ଜାଣିବା ଜରୁରୀ। କାରଣ ଚେକ୍ରେ ଆମାଉଣ୍ଟ, ସାଇନ୍, ନାଁ ବ୍ୟତୀତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଜିନିଷ ମଧ୍ୟ ରହିଥାଏ। ଗୋଟେ ଚେକ୍ ବ୍ୟାଙ୍କ ଆକାଉଣ୍ଟର ସବୁ ଡିଟେଲ୍ସ ବା ସମସ୍ତ ତଥ୍ୟ ସାମ୍ନାକୁ ଆଣିପାରେ।
ଚେକ୍ ନମ୍ବର- ଚେକ ନମ୍ବର ୬ଟି ସଂଖ୍ୟାର ଥାଏ। କୌଣସି ରେକର୍ଡ ପାଇଁ ପ୍ରଥମେ ଚେକ ନମ୍ବର ଦେଖାଯାଏ। କାହା ନାଁରେ ଚେକ୍ ଦେବା ପାଇଁ ହେଲେ ଚେକ ନମ୍ବର ଗୁରୁତ୍ବ ହୋଇଥାଏ।
MICR କୋଡ- ଏହାର ଅର୍ଥ ହେଉଛି ମ୍ୟାଗ୍ନେଟିକ୍ ଇଙ୍କ କେରେକ୍ଟର ରେକଗନିସନ। ଏହି କୋଡ ଦ୍ବାରା ବ୍ୟାଙ୍କର ସବୁ ଜରୁରୀ ସୂଚନା ଜାଣିହେବ। ଏହି ନମ୍ବର ବ୍ୟାଙ୍କୁ ଅନ୍ୟ ବ୍ରାଞ୍ଚ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରେ।
ସିଟି କୋଡ- MICR କୋଡ ପୂର୍ବରୁ ପ୍ରଥମେ ୩ଟି ସଂଖ୍ୟାର ସିଟି କୋଡ ଦେଇଥାଏ। ଏହି ନମ୍ବର ଦେଖିଲେ ଜଣା ପଡଡିବ ଯେ କେଉଁ ସହରରୁ ଚେକ୍ ଆସିଛି।
ବ୍ୟାଙ୍କ କୋଡ- ବ୍ୟାଙ୍କ କୋଡ ୟୁନିକ କୋଡ ହୋଇଥାଏ। ଏଥିପାଇଁ ବ୍ୟାଙ୍କ କୋଡ ବିଷୟରେ ଜାଣିବା ଜରୁରୀ ହୋଇଥାଏ।
ବ୍ରାଞ୍ଚ କୋଡ- MICR କୋଡର ଶେଷ ୩ଟି ସଂଖ୍ୟା ବ୍ରାଞ୍ଚ କୋଡରେ ହୋଇଥାଏ। ପ୍ରତି ବ୍ୟାଙ୍କରେ ଅଲଗା ଅଲଗା ବ୍ରାଞ୍ଚ କୋଡ ଥାଏ। ବ୍ରାଞ୍ଚ କୋଡ ଜାଣିବା ଜରୁରୀ କାରଣ ପ୍ରତି ଟ୍ରାନ୍ଜାକ୍ସନରେ ଏହା ବ୍ୟବହାର ହୋଇଥାଏ।
ବ୍ୟାଙ୍କ ଆକାଉଣ୍ଟ ନମ୍ବର- ବ୍ୟାଙ୍କ ଆକାଉଣ୍ଟ ନମ୍ବର ଚେକ ବୁକରେ ଥାଏ। ପୁରୁଣା ଚେକ ବୁକ ଗୁଡିକରେ ଏହା ରହୁନଥିଲା। ହେଲେ ଏବେ ଆକାଉଣ୍ଟ ନମ୍ବର ସବୁଠି ରହୁଛି।