ଯାଜପୁରରେ ଚାଲିଛି ୩୦ରୁ ଅଧିକ ବେଆଇନ ମଦ୍ରାସା : କାହାର ନିଘା ନାହିଁ କି ଯାଞ୍ଚ ନାହିଁ, କେଉଁଠୁ ଆସୁଛି ପଇସା ବୋଲି ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ

Published By : Prameya-News7 Bureau | August 09, 2019 IST

ଯାଜପୁର ୯|୮: ଯାଜପୁରରେ ବେଧଡ଼କ ଚାଲିଛି ବେଆଇନ ମଦ୍ରାସା । ଜିଲ୍ଲାରେ ୩୦ରୁ ଅଧିକ ବେଆଇନ ମଦ୍ରାସା ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ ପୂରା ଯେମିତି ଆଖି ବୁଜିଦେଇଛି । ଚାନ୍ଦାରେ ଚାଲିଥିବା ଏହି ମଦ୍ରାସାଗୁଡ଼ିକ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି ।

{"id":142604}

ଛତୁ ଫୁଟିଲା ଭଳି ଗଢ଼ି ଉଠୁଛି ମଦ୍ରାସା । ଯାଜପୁରରରେ ଗଣ୍ଡା  ଗଣ୍ଡା  ବେଆଇନ ମଦ୍ରାସା । କିଏ ଖୋଲୁଛି ଏ ସବୁ ? କାହା ଅର୍ଥରେ ଚାଲୁଛି ? କୋରେଇ, ବିଞ୍ଝାରପୁର, ଯାଜପୁର, ବରୀ, ବ୍ରହ୍ମବରଦା, ଚଣ୍ଡୀଖୋଲ ଆଦି ଅଞ୍ଚଳରେ ବେଧଡ଼କ ଭାବେ ଚାଲିଛି ୩୦ ରୁ ଅଧିକ ବେଆଇନ ମଦ୍ରାସା । ଏଗୁଡ଼ିକୁ ନା ଶିକ୍ଷା ବିଭାଗର ଏନଓସି ଅଛି ନା ସରକାରୀ ସ୍ବୀକୃତି ମିଳିଛି ।

{"id":142605}

ଫଳରେ ସରକାରୀ ଅନୁଦାନ ମିଳୁନି ଏସବୁ ମଦ୍ରାସାଗୁଡ଼ିକୁ । ହେଲେ ରାଜ୍ୟ ଏବଂ ରାଜ୍ୟ ବାହାରର  ଶହ ଶହ ମୁସଲିମ୍ ପିଲା ଏଠାରେ ରହି ପଢ଼ୁଛନ୍ତି ? ଏଇ ପିଲାମାନଙ୍କ ଖାଇବା ପିଇବା  ଖର୍ଚ୍ଚ ଆସୁଛି କେଉଁଠୁ ? ମଦ୍ରାସାର ସୁଉଚ୍ଚ କୋଠା କାହା ଅର୍ଥରେ ନିର୍ମାଣ ହୋଇଛି ?  ବିଦେଶରୁ ଆସୁଥିବା କଳା ଟଙ୍କାରେ ଏହି ମଦ୍ରାସା ଚାଲୁଥିବା କହିଛନ୍ତି ବୁଦ୍ଧିଜୀବୀ ।

{"id":142606}

 ତେବେ ଚାନ୍ଦା ଆଦାୟ କରି ମଦ୍ରସା ଚଳାଯାଉଛି ବୋଲି  କତୃପକ୍ଷ କହିଛନ୍ତି । ଏମିତିକି ତାଙ୍କ ଧର୍ମ ଅନୁସାରେ ମଦ୍ରସା ଚଳାଯିବା କଥା ।  ତେଣୁ ସରକାରଙ୍କ ନିୟମରେ ମଦ୍ରସା ଚଳାଇବାକୁ ରୋକଠୋକ୍ ମନା କରିଦେଇଛନ୍ତି କର୍ତ୍ତୃପକ୍ଷ ।    

{"id":142608}

ଏନେଇ ଆମେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲୁ । ଏ ବିଷୟରେ ଏସ୍.ପି ଙ୍କ ସହ ଆଲୋଚନା କରିବା ସହ ତୁରନ୍ତି ବେଆଇନ୍ ମଦ୍ରାସାଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସତରେ କଣ ଗାଁ ଲୋକ ଏବଂ ସଂପର୍କୀୟଙ୍କ ଠାରୁ ମାଗିଯାଚି  ମଦ୍ରାସା ଚଳାଉଛନ୍ତି କର୍ତ୍ତୃପକ୍ଷ । ଏହା ପଛରେ ଆଉ କିଛି ଗୁମର ନାହିଁ ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.