Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀକୁ ମାତ୍‌ ଦେଲା ରାଜସ୍ଥାନ
  • ||
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||

ନ୍ୟୁଜ୍ ସେଭେନ୍‌ର ପ୍ରଭାବ : ବଦଳିଲା ବାଲେଶ୍ବର ଜିଲ୍ଲାପାଳଙ୍କ ଗାଡି ନମ୍ବର ପ୍ଲେଟ୍

29/10/2019 at 12:22 PM

ବାଲେଶ୍ବର ୨୬|୧୦: ବଦଳିଲା ବାଲେଶ୍ବର ଜିଲ୍ଲାପାଳଙ୍କ ଗାଡି ନମ୍ବର ପ୍ଲେଟ୍ । ନ୍ୟୁଜ୍ ସେଭେନ୍ ରେ ଖବର ପ୍ରସାରଣ ପରେ ପ୍ରଭାବ ପଡିଛି । ବାଲେଶ୍ବର ଜିଲ୍ଲାପାଳ ଚଢୁଥିବା ଗାଡିର ନମ୍ବର ପ୍ଲେଟ୍ ପ୍ରାଇଭେଟ୍ କିନ୍ତୁ ଗାଡିର ରେଜିଷ୍ଟ୍ରେସନ କମର୍ସିଆଲ ଥିଲା ।

ସୂଚନାଯୋଗ୍ୟ ଯେ, ଗାଡିର ନମ୍ବର ହେଉଛି OD 01Z1011 । ନମ୍ବର ପ୍ଲେଟ ଉପରେ ଲେଖାଯାଇଥିଲା ଜିଲ୍ଲାପାଳ ବାଲେଶ୍ବର । ଏହି ଗାଡିଟି ଚଢୁଥିଲେ ନିଜେ ଜିଲ୍ଲାପାଳ । ଏହି ମହିନ୍ଦ୍ରା ମାରାଜୋ ଗାଡିଟି ଏକ କମର୍ସିଆଲ ଗାଡି । ତେବେ ଗାଡିର ପଛ କାଚରେ ଓଡିଶା ଶାସନ ଲେଖାଯାଇଥିଲା । ଆଉ ନମ୍ବର ପ୍ଲେଟ ପୁରା ପ୍ରାଇଭେଟ୍ ଥିଲା ।

ନିୟମ ଅନୁଯାୟୀ ହଳଦିଆ ପ୍ଲେଟ୍ ଉପରେ କଳା ଅକ୍ଷରରେ ଲେଖା ହେବା କଥା । କିନ୍ତୁ ଜିଲ୍ଲାପାଳ ଚଢୁଥିବା ଗାଡି କମର୍ସିଆଲ ହୋଇଥିଲେ ମଧ୍ୟ ନମ୍ବର ପ୍ଲେଟ୍ ଧଳା ପ୍ଲେଟ୍ ଉପରେ କଳା ଅକ୍ଷରରେ ଲେଖାଯାଇଥିଲା ।ଏ ନେଇ ନ୍ୟୁଜ୍ ସେଭେନ୍ ରେ ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ ଗାଡିର ନମ୍ବର ପ୍ଲେଟ୍ ବଦଳିଛି ।

   Related Posts