Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ବଢିଲା ଘରୋଇ ଉଡାଣ ସଂଖ୍ୟା, ତତ୍କାଳ ମଞ୍ଜୁରି ଦେଲେ ଭାରତ ସରକାର

2/09/2020 at 6:31 PM

ନୂଆଦିଲ୍ଲୀ ୨।୯: ବିମାନ ସେବା କମ୍ପାନୀମାନଙ୍କୁ ଉଡାଣ ସଂଖ୍ୟା ବୃଦ୍ଧି ଲାଗି ସରକାର ତତ୍କାଳ ମଞ୍ଜୁରି ପ୍ରଦାନ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବୁଧବାର ଜାରି ଏକ ନିର୍ଦ୍ଦେଶରେ ଦେଶରେ କୋଭିଡ-୧୯ ପୂର୍ବରୁ ଗ୍ରୀଷ୍ମକାଳୀନ ସମୟସାରଣୀର ୬୦ ପ୍ରତିଶତ ଉଡାଣକୁ ଅନୁମତି ଦେଇଥିବା ସୂଚିତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଦେଶରେ ୪୫ ପ୍ରତିଶତ ବିମାନ ଘରୋଇ ଗନ୍ତବ୍ୟରେ ଚଳାଚଳ କରୁଥିଲେ। ଉଡାଣ ସଂଖ୍ୟାରେ ନୂଆ ପରିବର୍ତ୍ତନକୁ ତୁରନ୍ତ ଲାଗୁ କରିବା ଲାଗି ନିର୍ଦ୍ଦେଶରେ କୁହାଯାଇଛି।

ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିୟମିତ ଘରୋଇ ପରିଚାଳନାର ବର୍ତ୍ତମାନ ସ୍ଥିତି ଓ ବିମାନ ଯାତ୍ରାର ଚାହିଦାକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ କୋଭିଡ-୧୯ ପ୍ରସାର ଯୋଗୁ ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ବାତିଲ କରିଦିଆଯାଇଥିଲା। ପ୍ରାୟ ୨ ମାସ ପରେ ମେ ୨୫ ତାରିଖରୁ ଦେଶରେ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରୀଷ୍ମକାଳୀନ ସମୟ ସାରଣୀର ମାତ୍ର ୩୩ ପ୍ରତିଶତ ବିମାନ ଯାତ୍ରୀ ସେବା ପ୍ରଦାନ କରୁଥିଲେ। 

ତେବେ ଚାହିଦା ବୃଦ୍ଧି ଯୋଗୁ ଜୁନ ୨୬ ତାରିଖରୁ ଆଉ ୧୨ ପ୍ରତିଶତ ବିମାନ ଚଳାଚଳ ଲାଗି ଅନୁମତି ମିଳିଥିଲା। ଏଣୁ ୪୫ ପ୍ରତିଶତ ବିମାନ ଘରୋଇ ଗନ୍ତବ୍ୟରେ ସେବା ପ୍ରଦାନ କରୁଥିଲେ ହେଁ ଏହା ପର୍ଯ୍ୟାପ୍ତ ହେଉ ନଥିଲା। ଦେଶରେ ପୁଣି ଘରୋଇ ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା କୋଭିଡ ପୂର୍ବ ତୁଳନାରେ ଏକ ତୃତୀୟାଂଶ ବୃଦ୍ଧି ହୋଇଥିଲା। ଗତ ମଙ୍ଗଳବାର ଗୋଟିଏ ଦିନରେ ୧ ହଜାର ୧୨୧ଟି ଉଡାଣରେ ୧ ଲକ୍ଷ ୨୦ ହଜାର ୭୨୫ ଜଣ ଯାତ୍ରୀଙ୍କୁ ପରିବହନ କରାଯାଇଛି। ଏଥିରୁ ଦେଶରେ ବିମାନ ପରିବହନର ଚାହିଦା କେତେମାତ୍ରାରେ ରହିଛି ତାହା ସଜରେ ଅନୁମାନ କରାଯାଇପାରେ।

   Related Posts