ନମ୍ବର ପ୍ଲେଟରୁ ଧରାପଡିଲେ ଡକାୟତି ଗ୍ୟାଙ୍ଗ, ରାଜଧାନୀ ସମେତ ୫ ଜିଲ୍ଲାରେ ଚଳାଇଥିଲେ ଲୁଟ୍‌ପାଟ

Published By : Prameya-News7 Bureau | September 10, 2021 IST

ଭଦ୍ରକ ୧୦/୦୯ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗ୍ରାମାଞ୍ଚଳ ପୋଲିସ । ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ସହ ୫ ଜଣ ସିନ୍ଧି ଚୋର ଓ ୪ ରିସିଭରଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । ଲୁଟେରାଙ୍କ ନିକଟରୁ ୩୧୨ଗ୍ରାମ ସୁନା, ୪ କେଜି ରୁପା ସହ ଲୁଟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

wp:gallery {"ids":[509220],"linkTo":"none"} /wp:gallery

ପୋଲିସର କହିବା ଅନୁଯାୟୀ, ଗତ ଜୁଲାଇ ୨୨ ତାରିଖରେ ଗ୍ରାମାଞ୍ଚଳ ଥାନା ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଚୋରି ହୋଇଥିଲା । ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଅଭିଯୋଗକୁ ଆଧାର କରି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏହି ଲୁଟେରା ମାନଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରିଥିଲା । ତଦନ୍ତ ବେଳେ ଏକ ଗାଡି ର ନମ୍ବର ପ୍ଲେଟ ମିଳିଥିଲା । ନମ୍ବର ପ୍ଲେଟକୁ ନେଇ ତନାଘନା ପରେ ଏହି ଗ୍ୟାଙ୍ଗ ବିଷୟରେ ସୂଚନା ପାଇଥିଲେ ।

wp:gallery {"ids":[509221],"linkTo":"none"} /wp:gallery

ଏହି ଚୋର ମାନେ ବିଭିନ୍ନ ଅଳଙ୍କାର ଦୋକାନ ରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ । ପରେ ଏହି ସିନ୍ଧି ଚୋର ଗ୍ୟାଙ୍ଗକୁ ଠାବ କରି ୫ ଜଣ ସିନ୍ଧି ଚୋର ଓ ୪ ଜଣ ରିସିଭରଙ୍କୁ ଧରିବାରେ ସଫଳ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗ ଭଦ୍ରକ, ଯାଜପୁର, ଢେଙ୍କାନାଳ, ଭୁବନେଶ୍ୱର, ବାଲେଶ୍ୱର ସମେତ ଏହିପରି ବିଭିନ୍ନ ଜ଼ିଲ୍ଲା ରେ ଲୋକଙ୍କ ଘରେ ପଶି କଳା କନା ବୁଲାଉଥିଲେ । ସେମାନଙ୍କ ନିକଟରୁ ଏଭଳି ଚୋରି ସାମଗ୍ରୀ ଜବତ ହେବା ସହ ବାଇକ, ମୋବାଇଲ, ଖେଳନା ବନ୍ଧୁକ, ଚୋରିରେ ବ୍ୟବହୃତ ସାମଗ୍ରୀ କୁ ଜବତ କରିବା ସହ 9 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.