Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭଲ ଖବର: ମେ ୧୫ ପରେ ଦେଶରେ ହ୍ରାସ ପାଇବ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା

22/04/2020 at 8:00 PM

ନୂଆଦିଲ୍ଲୀ ୨୨।୦୪: ସମଗ୍ର ଦୁନିଆରେ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତରେ ମଧ୍ୟ ଏହି ମହାମାରୀ ପ୍ରକୋପରେ ପ୍ରଭାବିତ ହୋଇଛି। ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି। କରୋନାରେ ୬୫୨ ଜଣଙ୍କ ମୃତ୍ୟୁ ଘଟି ସାରିଛି। କିନ୍ତୁ ଆଶ୍ଵସ୍ତିକର ଖବର ଏହା ଯେ, ୪୦୦୦ରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଭାରତରେ କରୋନା ସଂକ୍ରମଣ ମେ ଦ୍ଵିତୀୟ ସପ୍ତାହ ବେଳକୁ ନିଜର ଚରମରେ ରହିବ। ଏହା ପରେ ସଂକ୍ରମିତ ସଂଖ୍ୟା ହ୍ରାସ ପାଇବାରେ ଲାଗିବ।

କରୋନା ଭାଇରସ୍‌ ସଂକ୍ରମଣ ଉପରେ ଗ୍ଲୋବାଲ କନସଲଟିଙ୍ଗ ଫର୍ମ ପ୍ରୋଟିଭିଟି ଓ ଟାଇମ୍ସ ନେଟଓ୍ଵର୍କର ମିଳିତ ଅଧ୍ୟୟନରେ ଟାଇମ୍ସ ଫ୍ୟାକ୍ଟ ଇଣ୍ଡିଆ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତିନୋଟି ଅଲଗା ଅଲଗା ଶୈଳୀ ବ୍ୟବହାର କରାଯାଇଥିଲା। ରିପୋର୍ଟ ପ୍ରସ୍ତୁତ ପାଇଁ ପ୍ରତିଶତ ଆଧାରିତ, ସମୟ ଆଧାରିତ ଏବଂ ସନ୍ଦିଗ୍ଧ, ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଆଧାରିତ  ମୋଡେଲ୍ ବ୍ୟବହାର କରାଯାଇଥିଲା। ଏସଇଆଇଆର ମୋଡେଲ୍‌ରୁ ଜଣା ପଡିଛି ଯେ, ଏହି ମହାମାରୀ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ନିଜର ଅସ୍ଥିତ୍ଵ ଜାରି ରଖିପାରେ।

କିଛି ରାଜ୍ୟ ମେ ଶେଷ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଏହି ମହାମାରୀରୁ ମୁକ୍ତ ହୋଇ ପାରନ୍ତି। ଅନ୍ୟପଟେ ଅଧିକ ସଂକ୍ରମିତ ରାଜ୍ୟଗୁଡିକୁ ବିଶ୍ଵ ମହାମାରୀ କରୋନାରୁ ମୁକ୍ତ ହେବାରେ ଆହୁରି ଏକ ମାସ ସମୟ ଲାଗିପାରେ। ରିପୋର୍ଟ ଅନୁଯାୟୀ ଭାରତରେ ମେ ୨୨ ସୁଦ୍ଧା ସଂକ୍ରମିତ ସଂଖ୍ୟା ୭୫ ହଜାରରୁ ଅଧିକ ହୋଇଯିବ। ଯଦି ସ୍ଥିତି ଆହୁରି ଖରାପ ରହେ ତେବେ ମେ ପ୍ରଥମ ସପ୍ତାହରେ ସଂକ୍ରମିତ ସଂଖ୍ୟା ୨.୮ ଲକ୍ଷ ପହଞ୍ଚିପାରେ।

ରିପୋର୍ଟରେ କୁହାଯାଇଛି ଯେ, ମେ ଆରମ୍ଭରେ ଦେଶରେ ପଜିଟିଭ୍ କେସ ସଂଖ୍ୟା ୩୦ ହଜାରରୁ କିଛି ଅଧିକ ହୋଇପାରେ। ଏଥିରୁ ୩୦ ପ୍ରତିଶତ ରୋଗୀଙ୍କ ଚିକିତ୍ସା ପାଇଁ ଆଇସିୟୁ ଓ୍ଵାର୍ଡ ଆବଶ୍ୟକ ପଡିପାରେ। ରିପୋର୍ଟରେ କରୋନା ବିପକ୍ଷ ଲଢେଇରେ ଇନଫ୍ରାଷ୍ଟ୍ରକଚରର ମଧ୍ୟ ଉଲ୍ଲେଖ କରାଯାଇଛି। ଏହାରି ମୁତାବକ ପର୍ଯ୍ୟାପ୍ତ ସ୍ଵାସ୍ଥ୍ୟ ଉପଲବ୍ଧ ନହେବା କାରଣରୁ ଦେଶରେ କିଛି ଭାଗରେ ସାମାଜିକ ଅଶାନ୍ତି ଓ ଗତିବିଧି ଉତ୍ପନ ହୋଇପାରେ।

ଅଧ୍ୟୟନର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଦୁଇଟି ପରିସ୍ଥିତିରେ ହିଁ ପଜିଟିଭ୍ ମାମଲା ଶୂନ୍ୟ ହୋଇପାରେ। ଏହା ତେବେ ସମ୍ଭବ ଯେଦି ଲକ୍‌ଡାଉନ୍‌ ମେ ୩ ପରେ ବି ଜାରି ରହିବ। ଲକ୍‌ଡାଉନ୍‌ ଅବଧି ବଢିଲେ କରୋନାର ରି ପ୍ରଡକ୍ସନ ହାର ୦.୮ ପ୍ରତିଶତ ରହିବ ଅର୍ଥାତ ଜଣେ ବ୍ୟକ୍ତି ହିଁ ଅନ୍ୟ ଜଣଙ୍କୁ ସଂକ୍ରମିତ କରି ପାରିବ। ପ୍ରଥମ ସ୍ଥିତିରେ ଯଦି ଲକ୍‌ଡାଉନ୍‌ ଅବଧି ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଏ ତେବେ ପଜିଟିଭ୍ ମାମଲା ସଂଖ୍ୟା ସେପ୍ଟେମ୍ବର ୧୫ ସୁଦ୍ଧା ପଜିଟିଭ୍ ସଂଖ୍ୟା ଶୂନ୍ୟ ହୋଇ ପାରିବ।

ଯଦି ମେ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଯାଏ ତେବେ ଜୁନ ମଧ୍ୟ ଭାଗ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ଶୂନ୍ୟକୁ ଆସିବାର ଆଶା ରହିଛି। ଅଧ୍ୟୟନରେ ପ୍ରତିଦିନ ଆସୁଥିବା ନୂତନ ମାମାଲା ଏବଂ ସକ୍ରିୟ ରୋଗୀଙ୍କ  ମୋଟ୍ ସଂଖ୍ୟା ଜରିଆରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ କୁହାଯାଇଛି କରୋନାକୁ ମାତ୍ ଦେବା ଲାଗି ଏକ ଦୃଢ ଲକ୍‌ଡାଉନ୍‌ ଓ ନିୟନ୍ତ୍ରଣ ଉପାୟର ଆବଶ୍ୟକତା ରହିଛି। ରିପୋର୍ଟରେ ସବୁଠୁ ବଡ କଥା କୁହାଯାଇଛି ଯେ, ଯଦି ଲକ୍‌ଡାଉନ୍‌କୁ ୩ ପରେ ଜାରି ରଖାଯାଏ ଏବଂ କଡାକଡି ପାଳନ କରାଯାଏ ତେବେ କରୋନା ମୁକାବିଲା ଜିତା ଯାଇ ପାରିବ।

   Related Posts