ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅତିକ୍ରମ କଲା ୨୯ ହଜାର, ମୃତ୍ୟୁ ସଂଖ୍ୟା ଛୁଇଁଲା ୯୩୪

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୪: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ହଜାର ଅତିକ୍ରମ କରିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୯,୪୩୫କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭାଇରସ୍ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୯୩୪ ଜଣ ପ୍ରାଣ ହରାଇଛନ୍ତି । ଏହି ଭାଇରସ୍ କବଳରୁ ୬,୮୬୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୧,୬୩୨ ରୋଗୀ ଚିକିତ୍ସିତ ହେଉଛନ୍ତି ।

କରୋନା ଭାଇରସ୍ ଦ୍ବାରା ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ସେଠାରେ ୮୫୯୦ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୮୨ ଜଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀକୁ ପଛରେ ପକାଇ ଗୁଜୁରାଟ ଦ୍ବିତୀୟ ସ୍ଥାନରେ ରହିଛି । ଗୁଜୁରାଟରେ ୩୫୪୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୬୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ଦିଲ୍ଲୀରେ ୩୧୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ରାଜସ୍ଥାନରେ ୨୨୬୨ ସଂକ୍ରମିତ (୪୬ ମୃତ୍ୟୁ), ମଧ୍ୟପ୍ରଦେଶରେ ୨୧୬୮ ସଂକ୍ରମିତ (୧୧୦ ମୃତ୍ୟୁ), ଉତ୍ତରପ୍ରଦେଶରେ ୧୯୫୫ ସଂକ୍ରମିତ (୩୧ ମୃତ୍ୟୁ), ତାମିଲନାଡୁରେ ୧୯୩୭ ସଂକ୍ରମିତ (୨୪ ମୃତ୍ୟୁ), ଆନ୍ଧ୍ରପ୍ରଦେଶରେ ୧୧୮୩ ସଂକ୍ରମିତ (୩୧ ମୃତ୍ୟୁ), ଆଣ୍ଡାମାନ ଏବଂ ନିକୋବରରେ ୩୩ ସଂକ୍ରମିତ, ଅରୁଣାଚଳ ପ୍ରଦେଶରେ ଜଣେ ସଂକ୍ରମିତ, ଆସାମରେ ୩୬ ସଂକ୍ରମିତ (ଗୋଟିଏ ମୃତ୍ୟୁ), ବିହାରରେ ୩୪୫ ସଂକ୍ରମିତ (୨ ମୃତ୍ୟୁ), ଚଣ୍ଡିଗଡରେ ୪୦ ସଂକ୍ରମିତ, ଛତିଶଗଡରେ ୩୭ ସଂକ୍ରମିତ, ଗୋଆରେ ୭ ସଂକ୍ରମିତ, ହରିୟାଣାରେ ୨୯୬ ସଂକ୍ରମିତ (୩ ମୃତ୍ୟୁ), ହିମାଚଳପ୍ରଦେଶରେ ୪୦ ସଂକ୍ରମିତ (ଗୋଟିଏ ମୃତ୍ୟୁ) ରିପୋର୍ଟ ହୋଇଛି ।

ସେହିଭଳି ଜାମ୍ମୁ କାଶ୍ମୀରରେ ୫୪୬ ସଂକ୍ରମିତ (୭ ମୃତ୍ୟୁ), ଝାଡଖଣ୍ଡରେ ୮୨ ସଂକ୍ରମିତ (୩ ମୃତ୍ୟୁ), କର୍ଣ୍ଣାଟକରେ ୫୧୨ ସଂକ୍ରମିତ (୨୦ ମୃତ୍ୟୁ), କେରଳରେ ୪୮୧ ସଂକ୍ରମିତ (୪ ମୃତ୍ୟୁ), ଲଦାଖରେ ୨୦ ସଂକ୍ରମିତ, ମଣିପୁରରେ ୨ ସଂକ୍ରମିତ, ମେଘାଳୟରେ ୧୨ ସଂକ୍ରମିତ (ଗୋଟିଏ ମୃତ୍ୟୁ), ମିଜୋରାମରେ ଜଣେ ସଂକ୍ରମିତ, ଓଡିଶାରେ ୧୧୮ ସଂକ୍ରମିତ (ଗୋଟିଏ ମୃତ୍ୟୁ) ରିପୋର୍ଟ ହୋଇଛି ।

ଏହା ବ୍ୟତୀତ ପୁଡୁଚେରୀରେ ୮ ସଂକ୍ରମିତ, ପଞ୍ଜାବରେ ୩୧୩ ସଂକ୍ରମିତ (୧୮ ମୃତ୍ୟୁ), ତେଲେଙ୍ଗାନାରେ ୧୦୦୪ ସଂକ୍ରମିତ (୨୬ ମୃତ୍ୟୁ), ତ୍ରିପୁରାରେ ୨ ସଂକ୍ରମିତ, ଉତ୍ତରାଖଣ୍ଡରେ ୫୧ ସଂକ୍ରମିତ, ପଶ୍ଚିମବଙ୍ଗରେ ୬୯୭ ସଂକ୍ରମିତ (୨୦ ମୃତ୍ୟୁ) ରିପୋର୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.