ଦେଶରେ ୨୬ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ୮୨୪ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬।୪: ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୦ ନୂତନ ରୋଗୀ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିଛି । ସେହିପରି ସଂକ୍ରମଣ ହେତୁ ୪୯ ଜଣ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁସଂଖ୍ୟା ୮୨୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧୧୧ ଜଣ ବିଦେଶୀ ରୋଗୀଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ୨୬୪୯୬ କରୋନା ସଂକ୍ରମିତ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ୧୧୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂକ୍ରମିତ ସଂଖ୍ୟା ୨୬୨୫ରେ ପହଞ୍ଚିଛି ଏବଂ ଜଣଙ୍କର ମୃତ୍ୟୁ ହେବା ସହ ମୃତ୍ୟୁସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ମୋଟ୍ ୮୬୯ ଜଣ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ରାଜଧାନୀରେ ୧୭୦୨ ଜଣ କରୋନା ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ବ୍ୟତୀତ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ୍ ୩୫୫୧୯ ନମୁନା ପରୀକ୍ଷା କରାଯାଇଛି ।

କୋଭିଡ-୧୯ ସଙ୍କଟ ମଧ୍ୟରେ ଦେଶ ପାଇଁ ଖୁସି ଖବର ହେଉଛି ମୃତ୍ୟୁହାର ମାତ୍ର ୩.୧ ପ୍ରତିଶତ ଥିବାବେଳେ ସୁସ୍ଥ ହୋଇଥିବା ଲୋକଙ୍କ ହାର ୨୦.୮୮ ପ୍ରତିଶତ ରହିଛି । ଯାହା ବିଶ୍ବର ଅନ୍ୟ ଦେଶ ତୁଳନାରେ ବେଶ୍ ଭଲ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ କରୋନା ସଂକ୍ରମିତ ଲୋକ ଦ୍ରୁତ ଗତିରେ ସୁସ୍ଥ ମଧ୍ୟ ହେଉଛନ୍ତି । ଦେଶରେ ବର୍ତ୍ତମାନ ପ୍ରତିଦିନ ଏକ ଲକ୍ଷରୁ ଅଧିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ଏବଂ N-95 ମାସ୍କ ଉତ୍ପାଦନ କରୁଛି । PPE 104 ଏବଂ N95 ମାସ୍କ ତିନୋଟି ଘରୋଇ ନିର୍ମାତା ତିଆରି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.