ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 09, 2018 IST

ବଲାଙ୍ଗିର ୯/୮ :  ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ । ଟିଟିଲାଗଡ ବ୍ଲକ ଗୁଲମୀ ନିକଟସ୍ଥ ସାତବହନୀ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ମହିଳାଙ୍କ ବେକକୁ ଗଛରେ ବନ୍ଧା ଯାଇଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପାରପାର୍ଶ୍ବିକ ସ୍ଥିତିରୁ ଯାହା ଜଣା ପଡୁଛି ଅନ୍ୟ କେଉଁଠି ହତ୍ୟା କରି ଏଠାରେ ଫୋପଡା ଯାଇଛି । ମୃତକଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି । କିନ୍ତୁ ତାଙ୍କ ପରିଚୟ ମିଳିପାରିନାହିଁ । ଟିଟିଲାଗଡ ଓ ମୁରିବାହାଲ ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.