Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫ୍ରାନ୍ସର ଲୋକପ୍ରିୟ ନ୍ୟୁଡିଷ୍ଟ ରିସୋର୍ଟ ବିଚ୍‌ରେ ମାତିଲା କରୋନା, ଶତାଧିକ ପର୍ଯ୍ୟଟକ କୋଭିଡ୍ ପଜିଟିଭ୍

24/08/2020 at 10:14 PM

ପ୍ୟାରିସ୍, ୨୪|୦୮: କରୋନା ସଂକ୍ରମଣରୁ ବାଦ୍ ପଡିଲାନି ଫ୍ରାନ୍ସର ଏକ ନେଚୋରିଷ୍ଟ୍ ରିସୋର୍ଟ । ଏହି ରିସର୍ଟ ଫ୍ରାନ୍ସର ଏକ ସମୁଦ୍ର ନିକଟରେ ଅବସ୍ଥିତ । ରିସୋର୍ଟରେ ଥିବା ପ୍ରାୟ ୧୦୦ରୁ ଅଧିକ ବ୍ୟକ୍ତି କୋଭିଡ-୧୯ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଯେ ଏହି ୧୦୦ ଜଣ ସଂକ୍ରମିତ ଉଲଗ୍ନ ହୋଇ ମେଡିଟେରାନେନ୍ ଉପକୂଳରେ ଗାଧୋଉଥିଲେ ।  

ଏହି ରିସୋର୍ଟ ହେଉଛି କ୍ୟାପ୍ ଡି ଏଜେଡ୍ । ଏହା ହେରଲ୍ଟ ପ୍ରାନ୍ତରେ ଅବସ୍ଥିତ । ଏହି ଏକ ପ୍ରସିଦ୍ଧ ଉପକୂଳ । କାରଣ ଏଠାରେ ସମସ୍ତେ ଉଲଗ୍ନ ହୋଇ ସମୁଦ୍ରରେ ଗାଧୋଇଥାନ୍ତି । ତେବେ ଗତ ସୋମବାର ରିସୋର୍ଟରେ ଥିବା ୩୮ ଓ ବୁଧବାର ୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ୫୦ରୁ ଅଧିକ ବ୍ୟକ୍ତି ଘରକୁ ଯିବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ଟେଷ୍ଟ୍ ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢିପାରେ ।

ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ ୪୯୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହା ମେ ମାସ ପରଠୁ ସର୍ବାଧିକ ।ଏବେ ଏଠାରେ ସପ୍ତାହରେ ୭ ଲକ୍ଷରୁ ଅଧିକ ଟେଷ୍ଟ ହେଉଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଣି ଥରେ ଲକଡାଉନ୍ କରିବା ପାଇଁ କେହି ଚାହୁଁନାହାଁନ୍ତି । ଏବେସୁଦ୍ଧା ଦେଶରେ ୨ ଲକ୍ଷ ୮୦ ହଜାରରୁ ଅଧିକ ପଜିଟିଭ୍ କେସ୍ ଥିବା ବେଳେ ୩୦ ହଜାର୫୧୮ଜଣ ପ୍ରାଣ ହରାଇଛନ୍ତି । ଯାହା ୟୁରୋପରେ ୟୁକେ ଏବଂ ଇଟାଲୀ ପରେ ସର୍ବାଧିକ ।

ଇଟାଲୀରେ ଗତ ୨୪ ଘଣ୍ଟାରେ ୮୪୫ଟି ନୂଆ କେସ୍ ସାମ୍ନାକୁ ଆସିଛି । ଯାହା ଚଳିତ ମାସରେ ସର୍ବାଧିକ ।

   Related Posts