ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ

Published By : Prameya-News7 Bureau | November 30, 2020 IST

 ଭଦ୍ରକ୩୦/୧୧: ମହଙ୍ଗା ପଡିଲା ସେୟାର ଚାଟ୍ ପ୍ରେମ। ସେୟାର ଚାଟ୍‌ରେ ପୁଅ-ଝିଅ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ଫେସବୁକରେ ହିଁ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ଯେତେବେଳେ ଯୁବତୀଙ୍କ ଜଣଙ୍କ ବିବାହ କରିବାକୁ ମନା କଲେ, ସେତେବେଳେ ଯୁବକ ମୁଣ୍ଡକୁ ସୈତାନ ବୁଦ୍ଧି ଆସିଥିଲା। ତୁରନ୍ତ ବିଶ୍ବାସରେ ବିଷ ମଞ୍ଜି ବୁଣି ଦେଇଥିଲେ। ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରି ଦେଇଥିଲେ। ଭଦ୍ରକ ଜିଲ୍ଳା ଧୂଷୁରି ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ଭୁଇଁପୁର ଅଞ୍ଚଳର ସନ୍ତୋଷ ସେଠି ନାମକ ଜଣେ ଯୁବକ ଭଦ୍ରକ ଜିଲ୍ଲା ଧୁଷୁରି ଥାନା ଅଞ୍ଚଳର ଜଣେ କଲେଜ ପଢୁଆ ଯୁବତୀଙ୍କ ସହ ସେୟାର ଚାଟ୍‌ରେ ସମ୍ପର୍କ ଯୋଡି ଥିଲେ। ଫେସବୁକରୁ ଆରମ୍ଭ ହୋଇଥିବା ବନ୍ଧୁତା ନିବିଡ ସଂପର୍କରେ ପରିଣତ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ଏମିତି କିଛିଦିନ ପରେ ପୁଅ ବିବାହିତ ବୋଲି ଝିଅ ଜାରି ପାରିଥିଲେ। ତେଣୁ ସଂପର୍କ ରଖିବେ ନାହିଁ ବୋଲି ରୋକଠୋକ ମନା କରିଥିଲେ। କିନ୍ତୁ ଏପଟେ ଯୁବକଙ୍କ ଏକାଜିଦ୍‌ ଉକ୍ତ ଯୁବତୀଙ୍କୁ ସେ ବିବାହ କରିବେ। ଏମିତି କି ଯୁବକ ଜଣଙ୍କ ଭଦ୍ରକସ୍ଥିତ ଯୁବତୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ବାହା ହେବାକୁ ଜିଦ୍ କରିଥିଲା। ଯୁବତୀଙ୍କ ପରିବାର ଲୋକେ ରାଜି ହୋଇନଥିଲେ। ଏହାପରେ ରାଗରେ ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରିଥିଲେ। ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଯୁବକ ଜଣଙ୍କ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସେୟାର ଚାଟରୁ ସେମାନଙ୍କ ସଂପର୍କ ଆରମ୍ଭ ହୋଇଥିଲା। ସେ ଝିଅ ବି ତାଙ୍କ ସହ ସଂପର୍କ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.