ପାଣି ଟାଙ୍କିରୁ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | March 18, 2019 IST

ଜି.ଉଦୟଗିରି ୧୮|୩ : ପାଣି ଟାଙ୍କିରୁ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ଜି.ଉଦୟଗିରି ରାଇକିଆ ଥାନା କଡେଡିକିଆ ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":94659,"width":576,"height":430}

ସୂଚନାଯୋଗ୍ୟ ଯେ, ଜି.ଉଦୟଗିରି ରାଇକିଆ ଥାନା କଡେଡିକିଆ ଠାରେ ଥିବା ପାଣି ଟାଙ୍କିରୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ଅଣ୍ଟାରେ ବାଲିବସ୍ତା ବନ୍ଧା ଅବସ୍ଥାରେ ମିଳିଛି ମୃତଦେହ । ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ହତ୍ୟା କରିବା ପରେ ଅଣ୍ଟାରେ ବାଲିବସ୍ତା ବାନ୍ଧି କେହି ଫୋଫାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ରାଇକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.