ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବନ୍ଦ ହେବ ; ପାର୍ଟି ମାଲିକଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନର

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର ୨୫|୨: ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ବନ୍ଦ ହେବ । ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଯାତ୍ରା ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ନେଇ ଯେଉଁସବୁ ଅଭିଯୋଗ ହୋଇଛି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବାକୁ ଖଣ୍ଡଗିରି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ଆଜି ଖଣ୍ଡଗିରି ମେଳା ଯାତ୍ରା ମହାକୁମ୍ଭର ଶେଷ ଦିନ ଥିବାରୁ ସବୁ ସ୍ଥାନରେ ପୋଲିସ ମୁତୟନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପେଣ୍ଡାଲରେ ପୋଲିସ ଫୋର୍ସ ମୁତୟନ କରାଯିବ । କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ଯେପରି ପ୍ରଦର୍ଶନ ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।

{"id":88618,"width":579,"height":429}

ଖଣ୍ଡଗିରି ଯାତ୍ରା ମହସମର ଚାଲିଥିବା ବେଳେ ବିଭିନ୍ନ ଯାତ୍ରା ପେଣ୍ଡାଲରେ ଆଇଟମ୍ ଡ୍ୟାନ୍ସ, ଅଶ୍ଳୀଳ ଦୃଶ୍ୟ ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି । ଏ ନେଇ ନ୍ୟୁଜ୍ ସେଭେନ୍ ରେ ଗତକାଲି ବିତର୍କ ପ୍ରସାରଣ ହୋଇଥିଲା । ଅଶ୍ଳୀଳ ନୃତ୍ୟ ବିରୋଧରେ ସ୍ବର ଉଠିଥିଲା । ଏହାକୁ ବିରୋଧ କରିଥିଲେ କଳାକାରଙ୍କ ସମେତ ଯାତ୍ରାପ୍ରେମୀ । ଏବେ ଏହି ପ୍ରସଙ୍ଗ ଜୋର ଧରିଛି ।

ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଯାତ୍ରା ପାର୍ଟି ମାଲିକ ଏବଂ କଲାକାରଙ୍କ ନାଁରେ କଳିଙ୍ଗ ସେନା ଖଣ୍ଡଗିରି ଥାନାରେ ଏତଲା ଦେଇଥିଲା । ସେପଟେ ଓଡିଶା ନାରୀ ସଚେତନତା ମଞ୍ଚ ଡିସିପିଙ୍କୁ ଭେଟି ସ୍ମାରକୀପତ୍ର ଦେଇଛି ।

{"id":88619,"width":578,"height":480}

ଏହାପରେ ବର୍ତ୍ତମାନ କମିଶନରେଟ୍ ପୋଲିସ ଆକ୍ସନ ମୁଡକୁ ଆସିଛି । ତେବେ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପରିବେଷଣ ବନ୍ଦ କରିବାକୁ ଯାତ୍ରା ପାର୍ଟି ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ।

ମହାକୁମ୍ଭରେ ମେଲୋଡି ବେଳେ ଆଇଟମ୍ ଡ୍ୟାନ୍ସର ରାନୀ ନାଚି ନାଚି ନିଜ ବ୍ଲାଉଜ୍ ଖୋଲି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏମିତି ମଧ୍ୟ ଜଣେ ଦର୍ଶକଙ୍କ କାନକୁ ରାନୀ କାମୁଡି ରକ୍ତାକ୍ତ କରିଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ରାନୀକୁ ମଧ୍ୟ କିଛି ଯାତ୍ରା କଳାକାର, ଡ୍ୟାନ୍ସର ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.