କରୋନାରେ ଆଣବିକ ବୈଜ୍ଞାନିକ ଶେଖର ବସୁଙ୍କ ପରଲୋକ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

Published By : Prameya-News7 Bureau | September 24, 2020 IST

କୋଲକାତା ୨୪।୯ : ବୈଜ୍ଞାନିକ ପଦ୍ମଶ୍ରୀ ଡା.ଶେଖର ବସୁଙ୍କର ଗୁରୁବାର ପରଲୋକ ହୋଇଛି। ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ଓ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହସ୍ପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁସାରେ ୬୮ ବର୍ଷିୟ ଡା. ବସୁ କୋଭିଡ-୧୯ ଓ କିଡନୀ ସମ୍ପର୍କିତ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ।

{"id":334061,"sizeSlug":"large"}

ଦେଶର ଆଣବିକ ଶକ୍ତି ସମ୍ପର୍କିତ କାର୍ଯ୍ୟକ୍ରମରେ ଡା. ବସୁଙ୍କର ଯୋଗାନ ଉଲ୍ଲେଖନୀୟ।  ସେ ଜଣେ ମେକାନିକାଲ ଇଞ୍ଜିନିୟରଥିଲେ।  ଭାରତର ଆଣବିକ ଶକ୍ତି ସମ୍ପନ୍ନ ପ୍ରଥମ ବୁଡାଜାହାଜ ଆଇଏନଏସ ଅରିହନ୍ତ ଲାଗି ଜଟିଳ ରିଆକ୍ଟର ନିର୍ମାଣରେ ଡା.ଶେଖର ବସୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୪ ମସିହାରେ ଭାରତ ସରକାର ଡା.ବସୁଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ପରଲୋକ ଖବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି।

wp:html /wp:html

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଡା.ବସୁଙ୍କ ପରଲୋକରେ ଦେଶର ଅପୁରଣୀୟ କ୍ଷତି ହେଲା ବୋଲି କହିଛନ୍ତି। ସେ ଦେଶର ଆଣବିକ ଶକ୍ତି ଆୟୋଗ ଅଧ୍ୟକ୍ଷ  ଓ ଆଣବିକ ବିଜ୍ଞାନ ଅନୁସନ୍ଧାନର ମୁଖ୍ୟ ପଦବୀରେ ମଧ୍ୟ ଅବସ୍ଥାପିତ ରହି ସାରିଛନ୍ତି। ତାଙ୍କ ପରିବାର ବର୍ଗଙ୍କ ପ୍ରତି ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡା. ବସୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

wp:html /wp:html

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ବୈଜ୍ଞାନିକ ଡା.ଶେଖର ବସୁଙ୍କ ପରଲୋକରେ ଦୁଃଖି ବୋଲି ଉଲ୍ଲେଖ କରିଛନ୍ତି। ଭାରତକୁ ଆଣବିକ ବିଜ୍ଞାନ ଓ ଇଞ୍ଜିନିୟରିଂରେ ଅଗ୍ରଣୀ ଦେଶ ଭାବେ ସ୍ଥାପିତ କରିବାରେ ଡା. ବସୁଙ୍କ ଯୋଗଦାନ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି। ମୋର ବିଚାର ଓ ପ୍ରାର୍ଥନା ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ବଙ୍କ ସହ ଥିବା ସେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.