Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦକ୍ଷିଣ ଚୀନ ସାଗରକୁ ଘେରିଲା ୧୧ ଆମେରିକୀ ଲଢୁଆ ବିମାନ, ଗର୍ଜିବା ଛଡା କିଛି କରି ପାରିଲାନି ଚୀନ

6/07/2020 at 7:31 PM

ନୂଆଦିଲ୍ଲୀ ୦୬।୦୭: ଦକ୍ଷିଣ ଚୀନ ସାଗରରେ ଜାରି ବିବାଦ ମଧ୍ୟରେ ଆମେରିକୀ ନୌସେନା ଜୋରଦାର ଯୁଦ୍ଧାଭ୍ୟାସ୍ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଚୀନର ଧମକ ପରେ ଆମେରିକାର ୧୧ ଲଢୁଆ ବିମାନ ଏକ ସଙ୍ଗେ ଦକ୍ଷିଣ ଚୀନ ସାଗରର ବିବାଦୀୟ ଅଞ୍ଚଳରେ ଚକ୍କର କାଟିଛନ୍ତି। ଏହି ସମୟରେ ଚୀନ କେବଳ ଗର୍ଜନ କରି ଚାଲିଥିଲା। ଆମେରିକାର ଏହି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନରେ ଚିହିଁକି ଉଠିଥିବା ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଆମେରିକା ଖୋଲାଖୋଲି ଶକ୍ତି ପ୍ରଦର୍ଶନ କରିଥିବା କହିଛି।

ପରମାଣୁ ବୋମା ନେଇ ଯିବାରେ ସକ୍ଷମ ଆମେରିକାର ବି-୫୨ଏଚ ବୋମାବର୍ଷକ ବିମାନ ସହିତ ଆମେରିକାର ୧୦ ଅନ୍ୟ ଲଢୁଆ ବିମାନ ରବିବାର ଏକ ସଙ୍ଗେ ଦକ୍ଷିଣ ଚୀନ ସାଗରରେ ଚକ୍କର କାଟିଥିଲେ। ଏହି ସବୁ ବିମାନ ଆମେରିକାର ଯୁଦ୍ଧ ବିମାନ ପରିବହନକାରୀ ଜାହାଜ ନିମିତଜ୍‌ରୁ ଉଡାଣ ଭରିଥିଲେ। ୟୁଏସଏସ ନିମିତଜ୍ ସହିତ ୟୁଏସଏସ ରୋନାଲ୍ଡ ରେଗନ ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ଯୁଦ୍ଧାଭ୍ୟାସ୍‌ରେ ଯୋଗ ଦେଇଛି।

ଅନ୍ୟପଟେ ଦକ୍ଷିଣ ଚୀନ ସାଗରରେ ଆମେରିକୀ ଏୟାରକ୍ରାଫ୍ଟ କ୍ୟାରିୟର୍ସର ମୁତୟନ ନେଇ କ୍ରୋଧିତ ଚୀନର ଗଣମାଧ୍ୟମଗୁଡିକର ଧମକ ଉପରେ ଆମେରିକା ନୌସେନା ମଜା ନେଇଛନ୍ତି। ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ଧମକଭରା ଟ୍ଵିଟ୍‌କୁ ରିଟ୍ଵିଟ୍ କରି ଆମେରିକା ନୌସେନା କହିଛି ଯେ, ତୁମ ଧମକ ପରେ ବି ଆମେ ବିବାଦୀୟ ଅଞ୍ଚଳରେ ମୁତୟନ ଅଛୁ। ରବିବାର ଗ୍ଲୋବାଲ ଟାଇମ୍ସ ଚୀନର କ୍ଷେପଣାସ୍ତ୍ରର ଫଟୋ ଟ୍ଵିଟ୍ କରି ଆମେରିକାକୁ ଧମକ ଦେଇଥିଲା।

   Related Posts