ନୂଆପଡା ସହରରେ ଥିବା ଶହେ ବର୍ଷର ପୁରୁଣା ବଜାରରେ ଆଜି ବି ବ୍ୟାଙ୍କ ସେବା ସ୍ୱପ୍ନ, ଗ୍ରାହକ ସେବା କେନ୍ଦ୍ରରେ ଝୁଲୁଛି ତାଲା

Published By : Prameya-News7 Bureau | November 04, 2019 IST

ନୂଆପଡା ୦୪।୧୧ - ଦେଶକୁ ଡିଜିଟାଲ ଇଣ୍ଡିଆରେ ପରିଣତ କରିବାକୁ ଯେ।ଜନା କରିଛନ୍ତି କେନ୍ଦ୍ର ସରକାର । ନୂଆପଡା ସହରରେ ଥିବା ଶହେ ବର୍ଷର ପୁରୁଣା ବଜାରରେ  ଆଜି ବି ବ୍ୟାଙ୍କ ସେବା ସ୍ବପ୍ନ । ଲେ।କଙ୍କ ସୁବିଧା ପାଇଁ ଖେ।ଲାଯାଇଥିବା ଗ୍ରାହକ ସେବା କେନ୍ଦ୍ରରେ ଝୁଲୁଛି ତାଲା । ଫଳରେ ବର୍ଷ ବର୍ଷ ଧରି ବ୍ୟାଙ୍କ ସେବାରୁ ବଞ୍ଚିତ ଗ୍ରାହକ ଏବେ ବ୍ୟାଙ୍କ  ସ୍ଥାପନ ପାଇଁ ଜିଦ୍ ଧରିଛନ୍ତି ।

{"id":179094}

ଜାତୀୟ ରାଜପଥ୩୫୩ ଠାରୁ ମାତ୍ର ୧୦ କିଲେ।ମିଟର ଦୂରରେ ରହିଛି ନୂଆପଡା ଜିଲ୍ଲାର କୁରୁମପୁରି ବଜାର । ବଜାରରେ ୨ଶହରୁ ଅଧିକ ଦେ।କାନ  ଥିବା ବେଳେ ୪୦ରୁ ଅଧିକ ଗାଁର ଲେ।କ ବଜାର ଉପରେ ନିର୍ଭରଶୀଳ । ଦିନକୁ ଲକ୍ଷାଧିକ ଟଙ୍କାର କାରବାର ବି ହୁଏ । କିନ୍ତୁ ଦୁଃଖର ବିଷୟ ଶହେ ବର୍ଷର ପୁରୁଣା ବଜାରରେ ନାହିଁ ବ୍ୟାଙ୍କ ସେବା କେନ୍ଦ୍ର । ଫଳରେ ବ୍ୟବସାୟ ହେଉ କି ବ୍ୟକ୍ତିଗତ କାମ ପାଇଁ ବିଭିନ୍ନ ସମୟରେ ଅସୁବିଧାରେ ପଢୁଛନ୍ତି ଲେ।କ । ଧାର ଉଧାରି କରି କାମ ଚଳାଇବାକୁ ପଡୁଛି । ଜରୁରୀ ସମୟରେ ୧୨କିଲେ।ମିଟର ଦୂର ଯାଇ ଟଙ୍କା ଦେଣନେଣ କରିବାକୁ ପଡୁଛି । ଯାହାକୁ ନେଇ କ୍ଷେ।ଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । 

{"id":179095}

କୁରୁମପୁରି ବଜାରେ ସେବା କେନ୍ଦ୍ରଟିଏ ଥିଲା । କିନ୍ତୁ ସେବାକେନ୍ଦ୍ର ପରିଚାଳକ ଲେ।କଙ୍କୁ ଭୂଆଁ ବୁଲାଇ ଲକ୍ଷାଧିକ ଟଙ୍କା ହଡପ୍ କରି ଏବେ ଜେଲରେ । ଆଉ ସେବଠାରୁ ସେବା କେନ୍ଦ୍ରରେ ଝୁଲୁଛି ତାଲା । ଦୁର୍ନୀତିଗ୍ରସ୍ତ କର୍ମଚାରୀ ସିନା ଜଲ ଗଲେ ହେଲେ ବ୍ୟାଙ୍କ ସେବାରୁ ବଞ୍ଚିତ ହେଲେ ସାଧାରଣ ଲେ।କ । ତେଣୁ ସେବା କେନ୍ଦ୍ର ନୁହେଁ, ବରଂ ସ୍ଥାୟୀ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଦାବି କରିଛି କୁରୁମପୁରୀ ବଣିକ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.