୪୮ ପ୍ରବାସୀ ଓଡିଆଙ୍କୁ ନିଜ ନିଜ ଅଞ୍ଚଳରୁ ପଠାଇଲା ନୂଆପଡା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | May 10, 2020 IST

ନୂଆପଡା ୧୦।୫: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଓଡିଶା ସରକାର । ପଡୋଶୀ ରାଜ୍ୟ ଛତିଶଗଡ ତଥା ସୀମାନ୍ତବର୍ତ୍ତି ଅଞ୍ଚଳ ନୂଆପଡା ହୋଇଥିବା ବେଳେ ଅନେକ ଶ୍ରମିକ ଜିଲ୍ଲା ଦେଇ ଯାତାୟତ କରୁଛନ୍ତି ।

{"id":267495,"sizeSlug":"large"}

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାରୁ କୌଣସି ପ୍ରକାରରେ ୩୯ ଜଣ ଶ୍ରମିକ ସୀମାନ୍ତବର୍ତ୍ତି ଅଞ୍ଚଳ ଖରିଆର ରୋଡରେ ପହଞ୍ଚିଥିଲେ । ସେମାନଙ୍କୁ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରି ଖାଇବା ପିଇବା ଦେଇ ରଖିଥିବା ବେଳେ ଆଜି ଏକ ସରକାରୀ ବସ୍ ଯୋଗେ ୩୦ ଜଣଙ୍କୁ କୋରାପୁଟ ଓ ୯ ଜଣଙ୍କୁ ମାଲକାନଗିରି ଜିଲ୍ଲାକୁ ପଠାଯାଇଛି ।

{"id":267494,"sizeSlug":"large"}

ଏହାସହ ସୁଦୁର ଛତିଶଗଡ ରାଜ୍ୟ ଡୋଙ୍ଗରଗଡରୁ ଚାଲି ଚାଲି ଆସିଥିବା ରାୟଗଡା ଜିଲ୍ଲାର ୯ ଜଣ ଶ୍ରମିକଙ୍କୁ ଏକ ୱିଙ୍ଗର ଗାଡି ଯୋଗେ ପଠାଯାଇଛି । ଏଥିରେ ନୂଆପଡା ଉପ ଜିଲ୍ଲାପାଳ ତରଣୀସେନ ନାଏକ, NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ସହାୟକ ଜିଲ୍ଲାପାଳ କର୍ଣ୍ଣ ସୁନାଙ୍କ ସହ ଗିରିଶ ଜାଲ, ନିକାଶ ପଣ୍ଡା, ଅମରେନ୍ଦ୍ର ବିଶ୍ବାଳ NAC କର୍ମଚାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.