ନଦୀ ବଢି ଯୋଗୁ କୂଳ ଖାଉଛି ଉଦନ୍ତି ନଦୀ
5/08/2018 at 10:57 AM

ନୂଆପଡା ସିନାପାଲି ବ୍ଲକର ଜୀବନରେଖା ପାଲଟିଥିଲା ଉଦନ୍ତୀ ନଦୀ । ହେଲେ ଏବେ କୂଳ ଲଘିଂବାରେ ଲାଗିଛି । ଫଳରେ ବାଲିଚର ହେଉଛି ହେକ୍ଟର ହେକ୍ଟର ଜମି । ଯାହାକୁ ,ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଦିନଥିଲା ନୂଆପଡା ସିନାପାଲି ବ୍ଲକର ଅନେକ ଗାଁ ପାଇଁ ଜୀବନରେଖା ପାଲଟିଥିଲା ଉଦନ୍ତୀ ନଦୀ । ଆଖପାଖ କରାଡୋଙ୍ଗରି,ଗଡରାମାଲ,ନିଲଜି,କାପସି,ଚଲନା,ହାତିବନ୍ଧା,ଯୁଗେନପଦର,ବରଗାଁ ଭଳି ଅନେକ ଗାଁ ଉଦନ୍ତୀ ନଦୀ ଉପରେ ନିର୍ଭରଶୀଳ ଥିଲା । ହେଲେ କିଛିବର୍ଷ ହେଲା ନଦୀ ବଢି ଯେ।ଗୁଁ କୂଳ ଖାଉଛି ନଈ । ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ବାଲିଚର ମାଡିଗଲାଣି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଏନେଇ ନୂଆପଡା ଉପ-ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଷୀ । ହେଲେ ଉପ-ଜିଲ୍ଲାପାଳଙ୍କ ସେହି ଚିରାଚରିତ ଉତ୍ତର । ଏନେଇ ପ୍ରଶାସନ ପାଖରେ ଖବର ନାହିଁ । ଅଭିଯେ।ଗ ଆସିଲେ ତରୁନ୍ତ ପଦକ୍ଷେପ ନିଆଯିବ ।