Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

26/12/2018 at 11:48 AM

ନୂଆପଡା ୨୬|୧୨: ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଆଦିବାସୀ ଯୁବକ ନିଖୋଜ ହୋଇଛନ୍ତି । ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲା ପରେ ବି କେହି ଶୁଣୁନାହାନ୍ତି । ଏପଟେ ଥାନାରେ ନିଖୋଜ ଏତଲା ରଖିବା ପାଇଁ ମନା କରି ଦେଇଥିବା ଅଭିଯୋଗ ହେଉଛି । ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାରଲୋକ ।

ସୂଚନା ଅନୁସାରେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କାମକେଟା ଗାଁର ୨୩ ବର୍ଷୀୟ ଯୁବକ ଜମର ବିଶ୍ବାଳ ଆନ୍ଧ୍ରରେ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ନିଖୋଜ ହେବାର ନଅ ଦିନ ପରେ ମଧ୍ୟ ତାଙ୍କର କିଛି ପତ୍ତା ମିଳିନି । ଗତ ନଭେମ୍ବର ମାସରେ ଗାଁର ଜଣେ ଶ୍ରମିକ ଦଲାଲ ଭଗବାନ ମହାନନ୍ଦଙ୍କ ସହାୟତାରେ ଚାରିଜଣ ଯୁବକଙ୍କ ସହ  ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଯାଇଥିଲେ ।  କରିମ ନଗର ଜିଲ୍ଲା କୁରୁଟଲାରେ ଥିବା ଇଟାଭାଟିରେ କାମ କରୁଥିଲେ । ଚଳିତ ମାସ ୧୭ ତାରିଖ ଦିନ ଠାରୁ ସେ ନିଖୋଜ ଅଛନ୍ତି । ଜମରଙ୍କ ନିଖୋଜ ଖବର ପାଇ ତାଙ୍କ ଭାଇ ସ୍ଥାନୀୟ ଶ୍ରମିକ ଦଲାଲଙ୍କୁ ଜଣାଇ ଥିଲେ । ତାଙ୍କୁ ଫେରାଇ ଆଣିବା ପାଇଁ ଗୁହାରି କରିଥିଲେ । ହେଲେ ଦଲାଲ ଜଣକ ଧରାଛୁଆଁ ଦେଉ ନାହାନ୍ତି । ସେପଟେ ଥାନାରେ ଏତଲା ଦେବାକୁ ଯାଇଥିବାବେଳେ ସେଠାରେ ମଧ୍ୟ ଅପମାନ ପାଇଥିବା ଅଭିଯୋଗ ଆଣିଛନ୍ତି ନିଖୋଜ ଜମରଙ୍କ ଭାଇ ଭ୍ରମରବର ବିଶ୍ବାଳ । ଜମରଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି  ପରିବାରଲୋକ ।

   Related Posts