ଦାଦନ ଦୁଃଖ : ଦାଦନ ଖଟିବାକୁ ଯାଇ ନାବାଳିକାର ଶବ ଧରି ଘରକୁ ଫେରିଲେ ପରିବାର
3/07/2019 at 4:17 PM

ନୂଆପଡା ୩|୭: ନୂଆପଡା ଜିଲ୍ଲାରେ ପୁଣି ଦାଦନ ଦୁଃଖ । ୬ ପାଇଁ ଦାଦନ ଖଟିବାକୁ ଯାଇ ୨ ବର୍ଷ କାମ କଲା ପରେ ଶେଷରେ ନାବାଳିକାର ଶବ ଧରି ଘରକୁ ଫେରିଲେ ପରିବାର । ନୂଆପଡା ଜିଲ୍ଲା ଖଡିଆଳ ଥାନା ଗୋଡତଲା ଗାଁ ପାତଲପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ଦାଦନ ଦଲାଲଙ୍କ ଠାରୁ ୬ ମାସ କାମ କରିବା ପାଇଁ ଅଗ୍ରିମ ଟଙ୍କା ନେଇ ହାଇଦ୍ରାବାଦ ସ୍ଥିତ ପୈଦାପଲ୍ଲିର ଏକ ଇଟାଭାଟିରେ କମ କରୁଥିଲେ । ସେଠାରେ ମା ସହ ସାଥିରେ ୪ ନାବାଳିକା , ଗୋଟିଏ ନାବାଳକ ରହିଥିଲେ । ତେବେ ସରଳତାର ଫାଇଦା ନେଇ ୬ ମାସ ବଦଳରେ ୨ ବର୍ଷ ହେବ ରଖା ଯାଇଥିଲା । ତେବେ କୌଣସି କାରଣରୁ ୧୩ ବର୍ଷର ନାବାଳିକା କିଆଫୁଲ ମାଝୀର ଦେହ ଅତ୍ୟନ୍ତ ଅସୁସ୍ଥ ହେବାରୁ ଚିକିତ୍ସା କରିବା ବଦଳରେ ସେଠାରୁ ବାହାର କରି ଦେଇଥିଲେ । ଯାହା ଫଳରେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ମୃତଦେହ ଧରି ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି । ତେବେ ନିରୀହ ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଦାବି ହୋଇଛି ।