୨୪ ଘଣ୍ଟିଆ ନୂଆପଡା ବନ୍ଦ
Published By : Prameya-News7 Bureau | June 05, 2018 IST
ଜାତୀୟ ରାଜପଥ ୩୫୩ ନିର୍ମାଣ ଦାବିରେ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରି ପ୍ରତିବାଦ କରାଯାଉଛି । ନୂଆପଡା, କୋମନା ଓ ଖଡିଆଳର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି ବିକ୍ଷୋଭକାରୀ । ଯାତ୍ରୀବାହୀ ବସ ଛଡା ସମସ୍ତ ଭାରିଯାନ ଚଳାଚଳ ବନ୍ଦ ରହିଛି ।