ନୂଆପଡାଠାରେ ମେଡିକାଲ କଲେଜ ସ୍ଥାପନ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | September 11, 2019 IST

ନୂଆପଡା ୧୧।୯: ନୂଆପଡାଠାରେ ମେଡିକାଲ କଲେଜ ସ୍ଥାପନ ଦାବିରେ ଆଜି ୧୨ ଘଣ୍ଟିଆ ନୂଆପଡା ବନ୍ଦ ପାଳନ କରାଯାଇଛି । ମେଡିକାଲ କଲେଜ ପ୍ରତିଷ୍ଠା ସାମୁଖ୍ୟ ଓ ନୂଆପଡା ଓକିଲ ସଂଘ ତରଫରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଜିଲ୍ଲାର ସମସ୍ତ ସଂଗଠନ ଏହାକୁ ସମର୍ଥନ ଜଣାଇଛନ୍ତି ।

{"id":156027}

ନୂଆପଡା ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ସବୁବେଳେ ଏଠାରେ ସମସ୍ୟା ପିଛା ଛାଡୁ ନାହିଁ । ନୂଆପଡାଠାରେ ଚାରିଶହ ବେଡ ବିଶିଷ୍ଟ ଏକ ଡାକ୍ତରଖାନା ତିଆରି ହୋଇ ସାରିଥିବା ବେଳେ ଅଞ୍ଚଳର ସ୍ବାର୍ଥକୁ ଦୃଷ୍ଟିରେ ରଖି କିଭଳି ଅଧିକ ଚିକିତ୍ସା ସୁରୁଖୁରୁରେ ହୋଇ ପାରିବ ସେ ନେଇ ଆଜି ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ, ଏକତା ଛକ ସମେତ ଖରିଆର ରୋଡ, ଉଦ୍ୟାନବନ୍ଧ, କୋମନାଠାରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଇଛି  । ଶତାଧିକ ଓକିଲ ଏହି ବନ୍ଦ ପାଳନରେ ସାମିଲ ହୋଇଥିବା ବେଳେ ବିଭିନ୍ନ ସଂଗଠନ, ସାଧାରଣ ଜନତା ମେଡିକାଲ କଲେଜ ସ୍ଥାପନ ଦାବିରେ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି ।

{"id":156029}

ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରାଯାଇଛି । ଯାହାଫଳରେ ଶତାଧିକ ଯାନ ବାହନ ଅଟକି ରହିଛି । ଦୋକାନ ବଜାର ସମେତ ସରକାରି ବେସରକାର ସ୍କୁଲ କଲେଜ ମଧ୍ୟ ଏହି ବନ୍ଦ ଦ୍ବାରା ପ୍ରଭାବିତ ହୋଇଛି ।  ସକାଳ ୬ଟାରୁ ରାତି ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଓକିଲ ସଂଘ ପକ୍ଷରୁ ସମସ୍ତଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏହାପରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ଦଳ ଭେଟିବାର ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.