ନୂଆଁଖାଇ ପାଇଁ ପଶ୍ଚିମଓଡିଶା ଉତ୍ସବମୁଖର, କରୋନା ପାଇଁ ମା' ସମଲେଇଙ୍କ ଦର୍ଶନ ଉପରେ କଟକଣା

Published By : Prameya-News7 Bureau | September 11, 2021 IST

ଭୁବନେଶ୍ୱର, ୧୧|୦୯:  ଶନିବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗୋଟିଏ ବଡ଼ ପର୍ବ । କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଳନ ପାଇଁ ପଶ୍ଚିମ ଓଡିଶାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପର୍ବଟି ଶାନ୍ତି , ମୈତ୍ରୀ , ପ୍ରୀତି , ସଂହତି ଓ ଭାତୃତ୍ବର ପ୍ରତୀକ ଭାବରେ ପାଳନ କରନ୍ତି ପଶ୍ଚିମ ଓଡିଶାବାସୀ।

ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ହୋଇ ଥିବାରୁ ମା' ସମଲେଇଙ୍କ ରାଶି ନକ୍ଷତ୍ରକୁ ଗଣନା କରି ଲଗ୍ନ ସ୍ଥିର ହୋଇଥାଏ । ସେହି ଲଗ୍ନ ଅନୁସାରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର , କଳାହାଣ୍ଡି , ନୂଆପଡ଼ା ଇତ୍ୟାଦି ଜିଲ୍ଲାରେ ସ୍ଥାନୀୟ ଇଷ୍ଟ ଦେବଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥାଏ।

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନୂଆଖାଇ ପର୍ବ ପାଳନ ହେବାକୁ ଥିବା ବେଳେ ଭକ୍ତ ମାନଙ୍କ ପାଇଁ ମା’ ଦର୍ଶନ ଉପରେ ମଧ୍ୟ କଟକଣା ରହିଛି । ଆଜି ଦିନ ୧୨.୩୦ରୁ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ନୂଆଖାଇ ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମସ୍ତେ ମିଳିତ ଭାବରେ ଏକାଠି ହୋଇ ନବାନ୍ନ ନିଜର ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରି ଥାଆନ୍ତି ଓ ପରେ ଏହାକୁ ନିଜେ ଖାଇ ଥାଆନ୍ତି । ନୂଆ ଶସ୍ୟ ରେ ପ୍ରସ୍ତୁତ ଚାଉଳ ଓ ଚୁଡ଼ା ରେ ଭୋଗ ପ୍ରସ୍ତୁତ ହୁଏ । ଘରେ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ଓ ପିଠା ପଣା ପ୍ରସ୍ତୁତ ହୁଏ । ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ହର୍ଷ ଉଲ୍ଲାସ ମଧ୍ୟରେ ନୂଆଖାଇ ପାଳନ କରି ଥାଆନ୍ତି । ସୃଷ୍ଟି କର୍ତାଙ୍କୁ ପ୍ରଥମେ ନୂଆ ଶସ୍ୟ ଅର୍ପଣ କରି ସେହି ପ୍ରସାଦକୁ ସେବନ କରିବା ସହ ଭେଟଘାଟ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.