ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ : ସେପ୍ଟେମ୍ବର ୩ତାରିଖ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଲାଗିହେବ ନବାନ୍ନ

Published By : Prameya-News7 Bureau | August 24, 2019 IST

ସମ୍ବଲପୁର ୨୪|୮: ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ନିର୍ଦ୍ଧାରଣ ହେଲା ଲଗ୍ନ । ସେପ୍ଟେମ୍ବର ୩ତାରିଖରେ ମା ସମଲେଶ୍ବରୀଙ୍କଠାରେ ଲାଗି ହେବ ନବାନ୍ନ । ସକାଳ ୧୦ଟା ୫ ମିନିଟ୍ ରୁ ୧୦ଟା ୨୦ ମଧ୍ୟରେ ଲାଗିହେବ ନବାନ୍ନ । ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଆୟୋଜିତ ବୈଠକରେ ସମୟ ନିର୍ଦ୍ଧାରଣ କରାଯାଇଛି । ଏହାର ଏକ ଚିଠା ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ପଠାଯିବ।

କାହିଁ କେଉଁ କାଳରୁ, ପରମ୍ପରା ଅନୁଯାୟୀ ମାଆ ସମଲେଶ୍ବରୀଙ୍କ ଲଗ୍ନରେ ପଶ୍ଚିମଓଡିଶାର ୧୦ଟି ଜିଲ୍ଲାର ପ୍ରାୟ ଦେଢକୋଟି ଲୋକ, ନୂଆ ଖାଇଥାନ୍ତି। ଆସନ୍ତା ସେପ୍‌ଟେମ୍ବର ୩ରେ ପଶ୍ଚିମ ଓଡିଶାର ଏହି ମହାନ୍‌ ଗଣପର୍ବ ନୂଆଁଖାଇ ପାଳନ କରାଯିବ।

ସେହିପରି ଆରାଧ୍ୟ ଦେବୀ ମାଆ ସମଲେଶ୍ବରୀଙ୍କ ଲଗ୍ନରେ, ଛତିଗଡ ଓ ଝାଡଖଣ୍ଡର ଅନେକ ଲୋକ ମଧ୍ୟ ନୂଆ ଖାଇବାର ପରମ୍ପରା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.