ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ମା' ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ

Published By : Prameya-News7 Bureau | August 23, 2020 IST

ସମ୍ବଲପୁର ୨୩।୦୮: ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ଭୋଗ। ପୂର୍ବନୀତି ନିର୍ଘଂଟ ଅନୁଯାୟୀ ସକାଳ ୯.୩୫ରୁ ୯ଟା ୫୦ ମଧ୍ୟରେ ମା'ଙ୍କ ନିକଟରେ ନବାନ୍ନ ଲାଗି କରାଯିବ।

ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବାପରେ ପରିବାରର ସଦସ୍ୟମାନେ ଏକାଠି ହୋଇ ନୂଆ ଖାଇଥାନ୍ତି। ତେବେ ଚଳିତବର୍ଷ କରୋନା କଟକଣା ଭିତରେ ନୂଆଖାଇ ପର୍ବ ପାଳନ ହେବ। କୋଭିଡ କଟକଣା ପାଇଁ କେବଳ ମନ୍ଦିରରେ ସେବାୟତମାନେ ଉପସ୍ଥିତ ରହି ପୂଜା କରିବେ । ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି । ଭକ୍ତଙ୍କ ପାଇଁ ମା'ଙ୍କ ପାଖରେ ନବାନ୍ନ ଲାଗି କରାଯିବାର ଦୃଶ୍ୟ ଫେସ୍ ବୁକ୍ ରେ ଲାଇଭ କରାଯିବ। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.