Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ପାରମ୍ପରିକ ବାଦ୍ୟ ,ଗୀତ, ନୃତ୍ୟରେ ଦୁଲୁକୁଛି ବଲାଙ୍ଗିର : ସବୁଠି ଆୟୋଜିତ ହେଲା ଭେଟଘାଟ୍ କାର୍ଯ୍ୟକ୍ରମ

3/09/2019 at 3:44 PM

ବଲାଙ୍ଗିର ୩/୯: ବଲାଙ୍ଗିରରେ ଧୁମଧାମରେ ପାଳନ ହୋଇଛି ନୂଆଁଖାଇ । କୃଷି ଭିତ୍ତିକ ଗଣ ପର୍ବକୁ ନେଇ ଦୁଲୁକିଛି ଗାଁଠୁ ସହର । ଶୁଭ ଲଗ୍ନରେ ବଲାଙ୍ଗୀରର ମା ପାଟଣେଶ୍ବରୀ ଓ ମା ସମଲେଶ୍ବରୀଙ୍କ ନିକଟରେ ଲାଗିହୋଇଛି ନବାନ୍ନ । ଘରେ ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ନାଚ, ଗୀତ ମଉଜ ମଜଲିସରେ ମାତିଯାଇଛନ୍ତି ପିଲାଠୁ ବୟସ୍କ ।

ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା । ଆନନ୍ଦ ଉଲ୍ଲାସରେ କୃଷି ଭିତ୍ତିକ ଗଣ ପର୍ବକୁ ପାଳନ କରିଛନ୍ତି ବଲାଙ୍ଗିରବାସୀ । ଶୁଭ ଲଗ୍ନ ସକାଳ ୮ଟା ୫୦ ମିନିଟ୍‌ରୁ ସାଢ଼େ ୧୦ ଟା ମଧ୍ୟରେ ମା ପାଟଣେଶ୍ବରୀ ଏବଂ ମା ସମଲେଶ୍ବରୀଙ୍କ ନିକଟରେ ଲାଗିହୋଇଛି ନବାନ୍ନ । ନିଜ ଇଷ୍ଟ ଦେବୀଙ୍କୁ ପୂଜା କରିବା ସହ  ନବାନ୍ନ ଲାଗିକରିଥିଲେ ବଲାଙ୍ଗିରବାସୀ । ଚାଷ ଜମିରେ ବି ପୂଜାର୍ଚ୍ଚନା ହୋଇଥିଲା । ଘରେ ଘରେ ସୁଆଦିଆ ବ୍ୟଞ୍ଜନ ସବୁ ପ୍ରସ୍ତୁତ ହୋଇଥିଲା । ସମସ୍ତେ ନୂଆ ପିନ୍ଧି ଏକାଠି ବସି ଖାଇଥିଲେ । ଏହାପରେ ହୋଇଥିଲା ଜୁହାର ଭେଟ । ବଡ଼ମାନଙ୍କୁ ଜୁହାର ହୋଇଥିଲେ ସାନମାନେ । ଆଉ ବଡ଼ମାନେ ସାନଙ୍କୁ ଦେଇଥିଲା କିଛି ଅର୍ଥ ଭେଟି ।

ସେପଟେ ନୂଆଁଖାଇ ସାରିବା ପରେ ଦୁଲୁକିଛି ଗାଁ ଠୁ  ସହର । ପାରମ୍ପରିକ ବାଦ୍ୟ ,ଗୀତ, ନୃତ୍ୟରେ ଦୁଲୁକୁଛି ବଲାଙ୍ଗିର । ପାରମ୍ପରିକ ବେଶରେ ନିଜକୁ ସଜେଇ କଳାକାରମାନେ ବିଭିନ୍ନ ସ୍ଥାନରେ ନିଜ ନାଚ, ଗୀତ ପ୍ରଦର୍ଶନ କରିଛନ୍ତି ।ବ୍ୟସ୍ତ ବହୁଳ ଜୀବନରୁ ବାହାରି ମନୋରଂଜନ ଭିତରେ ହଜିଯାଇଥିଲେ ସମସ୍ତେ । ସବୁଠି ଆୟୋଜିତ ହୋଇଛି ଭେଟଘାଟ୍ କାର୍ଯ୍ୟକ୍ରମ ।   

ବର୍ଷକର ଅପେକ୍ଷା ପରେ ଆସିଛି ନୂଆ ଖାଇ । ତେଣୁ ପରିବାର, ସାଙ୍ଗସାଥୀଙ୍କ ସହ ମଉଜ ମଜଲିସ୍‌ରେ ମାତିଯାଇଛନ୍ତି ସମସ୍ତେ ।

   Related Posts