ବାଦ ବିବାଦ ପରେ ଆରମ୍ଭ ହେଲା ନୂଆଡିହିର ଟୋଲ ପ୍ଲାଜା

Published By : Prameya-News7 Bureau | September 24, 2019 IST

ବ୍ରଜରାଜନଗର-ବହୁ ବାଦ ବିବାଦ ପରେ ଆଜି ଠାରୁ ଆରମ୍ଭ ହେଲା ନୂଆଡିହିର ଟୋଲ ପ୍ଲାଜା |୪୯ ନମ୍ବର ଜାତୀୟ ରାଜପଥର କନକତୋରା ଠାରୁ ଝାରସୁଗୁଡା ପର୍ଯ୍ୟନ୍ତ ଯାଇଥିବା ଦୁଇ ଲାଇନ୍ ବିଶିଷ୍ଟ ରାସ୍ତାର ନୂଆଡିହି ଠାରେ ନିର୍ମାଣ ହୋଇଥିବା ଟୋଲ ପ୍ଲାଜାକୁ ଆଜି ପୋଲିସ ଛାଉଣୀ ମଧ୍ୟରେ ଆରମ୍ଭ କରାଯାଇ ଟିକସ ଆଦାୟ କରାଯାଇଛି |ଏହି ଟୋଲପ୍ଲାଜା ନିୟମର ବ୍ୟତିକ୍ରମ କରାଯାଇ ପୌରାଞ୍ଚଳରେ କରାଯାଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ଚାଲୁ କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ |


ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ସ୍ଥାନୀୟ ଲୋକଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ରିହାତି ଦିଆଅଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ |ତଥାପି ସେମାନେ ଏହାକୁ ବିରୋଧ କରାଯିବ ବୋଲି ଧମକ ଦେଇଥିଲେ| ତେଣୁ ଆଜି ବ୍ରଜରାଜନଗର ଏସଡିପିଓ,ଆଇଆଇସି,ବେଲପାହଡ ଆଇଆଇସିଙ୍କ ନେତ୍ରୁତ୍ୱରେ ୨ ପ୍ଲାଟୁନ୍ ଫୋର୍ସ ଙ୍କ ଉପସ୍ଥିତିରେ ଦିନ ବାରଟାରେ ଆରମ୍ଭ କରାଯାଇଥିଲା |ଏହାକୁ ଆରମ୍ଭ କରାଯିବା ସମୟରେ ସ୍ଥାନୀୟ ଲୋକେ ଓ କିଛି ଆଇନଜୀବୀ ବିରୋଧ କରିଥିଲେ |କିନ୍ତୁ ସେମାଅନଙ୍କୁ ଏନଏଚଏଆଇ ପକ୍ଷରୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.