Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିବା ବେଳେ, ଏନକ୍ଲୋଜରରେ ସୁନ୍ଦରୀ- ବାଘ ବଂଶ ବିସ୍ତାର ପାଇଁ ବିଭିନ୍ନ ଅଞ୍ଚଳ ବୁଲି ଦେଖୁଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ତିନି ଜଣିଆ ଏନଟିଏସ ଓ ସିସିଏଫ ଟିମ୍

22/10/2019 at 6:17 PM

ଅନୁଗୁଳ  ୨୨।୧୦  -ସାତକୋଶିଆ ଯାଇ ଟିକରପଡ଼ା, ବାଘମୁଣ୍ଡା ଏବଂ ଅନ୍ୟାନ୍ୟ ଅଞ୍ଚଳ ବୁଲି ଦେଖୁଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ତିନି ଜଣିଆ ଏନଟିଏସ ଓ ସିସିଏଫ ଟିମ୍ । ଅନୁଗୋଳରେ ପହଞ୍ଚି ବ୍ୟାଘ୍ର ପ୍ରକଳ୍ପରେ ଏଯାଏଁ  ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି। ତେବେ ବୈଠକରେ ସୁନ୍ଦରୀ ନେଇ କୌଣସି ଆଲୋଚନା ହୋଇନି। ତେବେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ସମୂର୍ଣ୍ଣଭାବେ ବନ୍ଦ ହୋଇନି, ଏହାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି  ଆରସିସିଏଫ୍  ।

କିଛି ଦିନିର ନିରବତା ପରେ ପୁଣି ରାଜ୍ୟରେ ବାଘ ବଂଶ ବିସ୍ତାର ପାଇଁ  ତତ୍ପରତା ଦେଖାଇଛି ଏନଟିସିଏ। ସାତକୋଶିଆର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ଏନଟିସିଏର ତିନି ଜଣିଆ ଟିମ୍ । NTCA ନାଗପୁରର AIG କାମଡ଼ି ହେମନ୍ତ ଭାସ୍କର, NTCA ନୂଆଦିଲ୍ଲୀର ଡେପୁଟି ଡିରେକ୍ଟର ଭି.କେ ଶର୍ମା ଏବଂ କାହ୍ନା ବ୍ୟାଘ୍ର ପ୍ରକଳ୍ପର ଅବସରପ୍ରାପ୍ତ CCF ଖଗେଶ୍ବର ନାୟକ ଆଞ୍ଚଳିକ PCCFଙ୍କ ସହ  ଟିକରପଡ଼ା, ବାଘମୁଣ୍ଡା ଏବଂ ଅନ୍ୟାନ୍ୟ ଅଞ୍ଚଳ ବୁଲି ଦେଖୁଛନ୍ତି । ଅନୁଗୋଳରେ ପହଞ୍ଚିଲା ପରେ ସେମାନେ DFO ଅଫିସରେ ଏକ ସମୀକ୍ଷା ବୈଠକ କରିଛନ୍ତି । ୨୦୧୬-୧୭ ରେ ୨୨ କୋଟି, ୨୦୧୮-୧୯ ରେ ୮.୩୩ କୋଟି ଏବଂ ୨୦୧୯-୨୦ ରେ ୧୫  କୋଟି ଟଙ୍କାର ବ୍ୟୟ ଅଟକଳ ବିଷୟରେ ଆଲୋଚନା ହୋଇଛି। ଏହି ଟଙ୍କା ସାତକୋଶିଆରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେମିତି ଖର୍ଚ୍ଚ ହୋଇଛି ସେନେଇ ପଚାରି ବୁଝିଛନ୍ତି।

ତେବେ ଏନ୍‌କ୍ଲୋଜରରେ  ବନ୍ଦୀଥିବା ବାଘୁଣୀ ସୁନ୍ଦରୀକୁ ଜଙ୍ଗଲରେ ଛଡାଯିବ କି ନାହିଁ ସେନେଇ ଟିମ୍ ଆଲୋଚନା କରିନାହିଁ । ଆଖପାଖ ଗାଁ ଗୁଡିକରେ କି କି ଯୋଜନା ହୋଇଛି ତାହା ବି ସମୀକ୍ଷା କରାଯିବ । ୧୫ ଦିନ ଭିତରେ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟକୁ ଦେବେ । ବାନ୍ଧବଗଡିରୁ ତିନି ଯୋଡା ବାଘ ସ୍ଥାନାନ୍ତର ପ୍ରକଳ୍ପ ଏବେ ବି ଅଛି। ତେବେ ଏହାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି ଆରସିସିଏଫ।

ବାଘବଂଶ ବିସ୍ତାର ନେଇ ମଧ୍ୟପ୍ରଦେଶ ବାନ୍ଧବଗଡ ଓ କାହ୍ନାରୁ ଦୁଇଟି ବାଘ ଅଣାଯାଇଥିଲା । ମହାବୀରର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରୀ ଏବେ ଏନକ୍ଲୋଜରରେ ରହିଛି। ସୁନ୍ଦରୀର ଏନକ୍ଲୋଜରକୁ କିଛିଟା ବଢାଇବା ପାଇଁ ଏନଟିସିଏ ଟିମକୁ ପ୍ରସ୍ତାବ ଦିଆଯାଇଛି ।

   Related Posts