ସିଙ୍ଗରୋଲୀ ଗୁଡସ୍‌ ଟ୍ରେନ୍ ଦୁର୍ଘଟଣା,୧୩ ବଗି ଲାଇନଚ୍ୟୁତ, ୩ ମୃତ

Published By : Prameya-News7 Bureau | March 01, 2020 IST

ସିଙ୍ଗରୋଲୀ ୧।୩:  ମଧ୍ୟପ୍ରଦେଶ ସିଙ୍ଗରୋଲୀ ଜିଲ୍ଲାରେ ରବିବାର ପ୍ରତ୍ୟୁଷରେ ହୋଇଥିବା ମାଲବାହୀ ଟ୍ରେନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଏନଟିପିସିର କୋଇଲା ବୋଝେଇ ଟ୍ରେନ ଘନହରୀ ଗାଁ ନିକଟରେ ଛିଡା ହୋଇଥିବା ଖାଲି ଗୁଡସ୍ ଟ୍ରେନକୁ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୩ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି।

{"id":231206,"sizeSlug":"large"}

ମୃତକଙ୍କ ମଧ୍ୟରେ ୨ ଜଣ ଡ୍ରାଇଭର ଓ ଜଣେ ପଏଣ୍ଟମ୍ୟାନ୍‌ ଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଶବ ଚିହ୍ନଟ ହୋଇନଥିବା ସିଙ୍ଗରୋଲା ଏସପି ପ୍ରଦୀପ ସିନ୍ଦେ କହିଛନ୍ତି। ଦୁର୍ଘଟଣା ଭୋର ପ୍ରାୟ ୪ଟା ୪୦ ମିନିଟ୍‌ରେ ହୋଇଥିଲା।  ଟ୍ରେନଟି ମଧ୍ୟପ୍ରଦେଶ ଆମଲୋରୀ ମାଇନ୍ସରୁ କୋଇଲା ବେଝେଇ ନେଇ ଉତ୍ତରପ୍ରଦେଶ ଅଭମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

{"id":231207,"sizeSlug":"large"}

ଦୁର୍ଘଟଣାଗ୍ରସ୍ତ ଟ୍ରେନ ୨ଟି ଏନଟିପିସିର ହୋଇଥିବା ବେଳେ ଏହି ଦୁର୍ଘଟଣା ମଧ୍ୟ ଏନଟିପିସି ଲାଇନରେ ଘଟିଛି। ଦୁର୍ଘଟଣାର କାରଣ ଜଣାପଡି ନାହିଁ। ହୁଏତ ସିଗ୍ନାଲରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଡ୍ରାଇଭରଙ୍କ ତ୍ରୁଟି ବି ଥାଇପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.