ଅନୁଗୋଳରେ ପହଞ୍ଚିଲେ ଏନ୍‌ଟିସିଏର ୨ ଜଣିଆ ଟିମ୍, ବାଘୁଣୀ ସୁନ୍ଦରୀର ଅବସ୍ଥା ଅନୁଧ୍ୟାନ କରିବେ

Published By : Prameya-News7 Bureau | October 22, 2019 IST

ଅନୁଗୋଳ ୨୨।୧୦: ଅନୁଗୋଳରେ ପହଞ୍ଚିଲେ ଏନଟିସିଏର ୨ ଜଣିଆ ଟିମ୍ । ସାତକୋଶିଆ ଗସ୍ତରେ ଯିବେ ଏହି ଟିମ୍ ।  ତାଙ୍କ ସହିତ ପିସିସିଏଫ ମଧ୍ୟ ରହି ଟିକରପଡ଼ା, ବାଘମୁଣ୍ଡା ଏବଂ ଅନ୍ୟାନ୍ୟ ଅଞ୍ଚଳ ବୁଲି ଦେଖିବେ । ବାଘୁଣୀ ସୁନ୍ଦରୀ ଅବସ୍ଥା ମଧ୍ୟ ତଦାରଖ କରିବାର ଯୋଜନା ରହିଛି ।

୨ ଦିନ ଧରି ଏହି ଟିମ୍ ସାତକୋଶିଆ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଏହା ପୂର୍ବରୁ କୁମକୀ ହାତୀ ମହେନ୍ଦ୍ର ଏବଂ ରାଜକୁମାର ଟିକରପଡ଼ାରେ ସଜାଗ ହୋଇ ରହିଛନ୍ତି । ଏନକ୍ଲୋଜରରେ ବାଘୁଣୀ ସୁନ୍ଦରୀର ସ୍ଥିତି ଅନୁଧ୍ୟାନ କରାଯିବ ।

ପୁଣିଥରେ ଆଉ ୨ ଯୋଡ଼ା ବାଘ ଆସିବା ପାଇଁ ବନ ବିଭାଗର ଯୋଜନା ଥିବାରୁ ଏହି ଗସ୍ତକୁ  ଗୁରୁତ୍ବପୂର୍ଣ୍ଣ  ମନେ କରାଯାଉଛି । ଏହା ପୂର୍ବରୁ ବନ ବିଭାଗର ୨୦ ଜଣିଆ ଟିମ୍ ମଧ୍ୟପ୍ରଦେଶ ବୁଲି ଆସିଛନ୍ତି । ଏହି ଟିମ୍ ମଧ୍ୟପ୍ରଦେଶରେ ବାଘ ପ୍ରୋଜେକ୍ଟର ଅନୁଧ୍ୟାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.