ବରଗଡ଼ ଦେବ୍ରୀଗଡ଼ ଜଙ୍ଗଲରେ ବାଘ ମୃତ୍ୟୁ ଘଟଣା ; ତଦନ୍ତ ପାଇଁ ପହଞ୍ଚିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ସଦସ୍ୟ

Published By : Prameya-News7 Bureau | November 05, 2018 IST

ବରଗଡ ୫|୧୧:   ବରଗଡ଼ ଦେବ୍ରୀଗଡ଼ ଜଙ୍ଗଲରେ ବାଘ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ-ଏନଟିସିଏର ସଦସ୍ୟ । ନାଗପୁରର ଆସିଷ୍ଟାଣ୍ଟ ଇନସ୍ପେକ୍ଟର ଜେନେରାଲ ଅଫ୍ ଫରେଷ୍ଟ ହେମନ୍ତ କାମାଡି ବାଘ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଆସିଛନ୍ତି । ଦେବ୍ରୀଗଡ଼ ଜଙ୍ଗଲରେ ମୃତ୍ୟୁ ଘଟିଥିବା ବାଘ ମହାବଳ ବୋଲି ଗତକାଲି ଜଙ୍ଗଲ ଓ ପରିବେଶ ସଚିବ ଏବଂ ବରଗଡ଼ ଡିଏଫ୍ଓ ସ୍ପଷ୍ଟ କରିଥିଲେ । ପୂର୍ବରୁ ଏହା କଲରାପତରିଆ ବୋଲି ସନ୍ଦେହ କରାଯାଉଥିବା ବେଳେ ଗତକାଲି ୪ ଜଣ ଶିକାରୀ ଗିରଫ ହେବାସହିତ ସେମାନଙ୍କ ନିକଟରୁ ମୃତ ବାଘର ପଞ୍ଝା, ନଖ ଓ ନିଶ ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.