Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କାର୍‌କେଡ୍‌ ଅଟକାଇ ସିନ୍ଧିଆଙ୍କ ବେକରେ ବେସରମ୍‌ ଫୁଲମାଳ ପିନ୍ଧାଇଲେ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

12/06/2021 at 6:30 PM

ଗ୍ବାଲିୟର ୧୨/୬: ବିଜେପିର ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ବାଲିୟରରେ ତାଙ୍କ କାର୍‌କେଡ୍‌କୁ ଅଟକାଇ ତାଙ୍କୁ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଅସମ୍ମାନ କରିଥିବା ଜଣାପଡ଼ିଛି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ପୋଲିସ କେବଳ ଦେଖଣାହାରୀ ପାଲଟିଥିଲା। ପୂର୍ବରୁ ଏମିତି କିଛି ହେବାର ଥିଲା ବୋଲି ମଧ୍ୟ ପୋଲିସ ପାଖରେ ସୂଚନା ଥିଲା। ତାପରେ ବି ସିନ୍ଧିଆଙ୍କୁ ଏନଏସୟୁଆଇ କାର୍ଯ୍ୟକର୍ତ୍ତା ବେସରମ (ଏହା ଏକ ଲତାର ଫୁଲ)  ଫୁଲମାଳ ପିନ୍ଧାଇଛନ୍ତି ।

ସିନ୍ଧିଆଙ୍କ କାର୍‌କେଡ୍‌  ଏୟାରପୋର୍ଟରେ ପହଞ୍ଚିବାର ଥିଲା। ଠିକ୍‌ ଏହି ସମୟରେ ୨୦-୨୨ ଜଣ ଛାତ୍ର କଂଗ୍ରେସ ନେତା ପହଞ୍ଚି ତାଙ୍କର କାରକେଡ୍‌ ଅଟକାଇଦେଇଥିଲେ। ସିନ୍ଧିଆଙ୍କୁ ପ୍ରଥମେ ଜ୍ଞାପନ ଦେବା ପରେ ବେକରେ ଫୁଲାମଳ ପକାଇ ଚାଲିଯାଇଥିଲେ। କିନ୍ତୁ ସେଠାରେ ଥିବା ସୁରକ୍ଷା କର୍ମୀ ନିରବଦ୍ରଷ୍ଟା ସାଜିଥିଲେ ସିନା କିଛି କରିପାରିନଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। ଏହା ସତ୍ବେ ତାଙ୍କୁ ଏମିତି ଦୁର୍ବ୍ୟହାର କରିବାକୁ ନେଇ ବିଜେପି ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

ସିନ୍ଧଆଙ୍କୁ ନିଜ ସହରରେ ଏଭଳି ବ୍ୟବହାର କରାଯାଇଛି। ସେପଟେ ଏବେ ସିନ୍ଧିଆ ନିଜର ଭାବମୂର୍ତ୍ତି ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଛୋଟ ବଡ଼ ସମସ୍ତ ନେତାଙ୍କ ସହ ସେ ସାକ୍ଷାତ କରୁଛନ୍ତି। ଏପରିକି ନିକଟରେ ସିନ୍ଧିଆ ନିଜର ତଥା ନିଜ ପରିବାରର ଚିର ଶତ୍ରୁ ବୋଲି କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ଜୟଭାନ ସିଂହ ପବୈୟାଙ୍କ ଘରକୁ ଯାଇଥିଲେ। ୨୩ ବର୍ଷ ପୂରୁଣା ଶତ୍ରୁତାକୁ ଭୁଲି ଜ୍ୟୋତିରାଦିତ୍ୟ  ୨୦ ଏପ୍ରିଲ୍‌ରେ ପବୈୟାଙ୍କ ପିତାଙ୍କ ବିୟୋଗରେ ତାଙ୍କ ଘରକୁ ଯାଇଥିଲେ। ବନ୍ଦ କୋଠରୀରେ ଦୁଇ ଜଣ ୨୦ ମିନଟ୍‌ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ସେଠାରୁ ଫେରିବା ପରେ ଅତୀତ, ଅତୀତ ଏବଂ ବର୍ତ୍ତମାନ- ବର୍ତ୍ତମାନ ହୋଇଥାଏ ବୋଲି କହିଥିଲେ ଜ୍ୟୋତିରାଦିତ୍ୟା ସିନ୍ଧିଆ।

   Related Posts