Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

NSUI କର୍ମକର୍ତ୍ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

30/01/2020 at 2:59 PM

ଅହମଦାବାଦ୩୦/୧: କଲେଜ ଲାଇବ୍ରେରିରେ କାର୍ଯ୍ୟରତ ଜଣେ ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ। NSUI (National Students’ Union of India)ର କାର୍ଯ୍ୟକର୍ତ୍ତା ତଥା ଜିଏଲ୍‌ଏସ୍‌ କଲେଜର ଛାତ୍ର ବିରୋଧରେ ମହିଳା ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲା ରୁଜୁ କରିଛି।

ପୀଡ଼ିତାଙ୍କ କହିବା ମୁତାବକ ୨୦୧ ୯ ମସିହାରେ ଗୋପାଳ ନାମକ ଜଣେ ଯୁବକ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏନଏସ୍‌ୟୁଆଇର କର୍ଯ୍ୟକର୍ତ୍ତା ଓ ଜିଏଲ୍‌ଏସ୍‌ର ଛାତ୍ର ବୋଲି ଗୋପାଳ ନିଜର ପରିଚୟ ଦେଇଥିଲା। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ମୋବାଇଲ ନମ୍ବର ଆଦାନ ପ୍ରଦାନ ମଧ୍ୟ ହୋଇଥିଲା। ବିବାହିତା ମହିଳା ନିଜର ବ୍ୟକ୍ତିଗତ ଜୀବନର କିଛି କଥା ଗୋପାଳକୁ କହିଥିଲେ। ଏହା ପରେ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ଗୋପାଳ। କିନ୍ତୁ ମହିଳା ତାଙ୍କ କଥାକୁ ଗ୍ରହଣ କରି ନଥିଲେ। ସେ ଗୋଟିଏ ସନ୍ତାନର ମାଆ। ତେଣୁ ସେ ବିବାହ କରି ପାରିବେ ନାହିଁ ବୋଲି ମହିଳା ମନା କରି ଦେଇଥିଲେ। ଗୋଟିଏ ଦିନ ମହିଳା ଯେଉଁ କଲେଜ୍‌ରେ ଚାକିରି କରନ୍ତି ସେହି କଲେଜ୍‌ରେ ଗୋପାଳ ପହଞ୍ଚିଥିଲା। ଷ୍ଟୋର ରୁମ୍‌ ବନ୍ଦ କରି ଗୋପାଳ ଜୋର୍ ଜବରଦସ୍ତ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ମହିଳାଙ୍କ ସ୍ବାମୀଙ୍କ ନମ୍ବର ମଧ୍ୟ ସେ ନେଇ ଯାଇଥିଲା।

ଏପରି କି ଦୁଷ୍କର୍ମ ବେଳେର ଫଟୋ ଭାଇରାଲ କରିଦେବ ବୋଲି ଗୋପାଳ ବାରମ୍ବାର ମହିଳାଙ୍କୁ ଧମକ ଦେଉଥିଲା। ତା କଥାରେ ରାଜି ନହେଲେ ଘଟଣା ସଂପର୍କରେ ପୀଡ଼ିତାଙ୍କ ସ୍ବାମୀଙ୍କୁ କହିଦେବ ବୋଲି ଗୋପାଳ ମଧ୍ୟ ଧମକ ଦେଉଥିଲା। ବିବାହିତା ମହିଳା ଏହି ଘଟଣା ସଂପର୍କରେ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ପୀଡ଼ିତା ଓ ତାଙ୍କ ସ୍ବାମୀ ଏନ୍‌ଏସ୍‌ୟୁଆଇ କାର୍ଯ୍ୟକର୍ତ୍ତା ତଥା ଜିଏଲ୍‌ଏସ୍ କଲେଜର ଛାତ୍ର ଗୋପାଳ ବିରୋଧରେ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

   Related Posts