NEET, JEE ଘୁଞ୍ଚାଇବା ଦାବିରେ NSUIର ଆମରଣ ଅନଶନ ଆରମ୍ଭ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮: କଂଗ୍ରେସ ସମର୍ଥିତ ଛାତ୍ର ସଂଗଠନ ଏନଏସୟୁଆଇ ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ତଥା ମହାମାରୀ ସମୟରେ ଛାତ୍ରଙ୍କ ୬ ମାସର ଫି ଛାଡ କରିବା ନେଇ ବୁଧବାରଠୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଆମରଣ ଅନଶନ ଆରମ୍ଭ କରିଛନ୍ତି।

ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ(ଏନଏସୟୁଆଇ)ର ସଭାପତି ନୀରଜ କୁମାର କୁନ୍ଦନ ଓ  ଛାତ୍ର ସଂଗଠନର ଦିଲ୍ଲୀ ୟୁନିଟ୍ ସଭାପତି ଆଠ ଅନ୍ୟ ସଦସ୍ୟଙ୍କ ସହ ଆମରଣ ଅନଶନ ଆରମ୍ଭ କରିଛନ୍ତି। ନୀରଜ କୁମାର କହିଛନ୍ତି କୋଭିଡ୍-୧୯ ମହାମାରୀ ସମୟରେ ବିଶ୍ଵ ବିଦ୍ୟାଳୟ ଦ୍ଵାରା ପରୀକ୍ଷା ଆୟୋଜନ ନକରିବାକୁ ମଧ୍ୟ ଦାବି କରାଯାଇଛି।

ଗତ ସପ୍ତାହରେ ଏନଏସୟୁଆଇ ରାଷ୍ଟ୍ରୀୟ ଯୋଗ୍ୟତା ସହ ନିଟ୍ ଓ ଜେଇ ପରୀକ୍ଷା ଘୁଞ୍ଚାଇବା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ପତ୍ରରେ ଅନ୍ତିମ ବର୍ଷର ଛାତ୍ରଙ୍କୁ ଗତ ବର୍ଷର ପ୍ରଦର୍ଶନ ଆଧାରରେ ନମ୍ବର ଦେବାକୁ ଦାବି କରିଥିଲେ।

କୋଭି୍ଡ-୧୯ କାରଣରୁ ଛାତ୍ର ଓ ଅଭିଭାବକଙ୍କ ଏକ ବଡ ଗୋଷ୍ଠୀ ପରୀକ୍ଷା ଆୟୋଜନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନ୍ୟ ନେତା ମଧ୍ୟ ସରକାରଙ୍କୁ  ଜେଇଇ ଓ ନିଟ୍‌ ଆୟୋଜନକୁ ଘୁଞ୍ଚାଇବାକୁ ଦାବି କରିଛନ୍ତି।

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ କେନ୍ଦ୍ର ସରକାରଙ୍କୁ ଜେଇଇ ଓ ନିଟ୍ ପରୀକ୍ଷା ରଦ୍ଦ କରିବାକୁ ଦାବି କରିଛନ୍ତି।  ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୩୨.୩୪ ଲକ୍ଷକୁ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ୨୪, ୬୭, ୭୫୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.