Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମହାମାରୀରେ ତୁଚ୍ଛା ରାଜନୀତି: ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଏତଲା ଦେଲା ଛାତ୍ର କଂଗ୍ରେସ, ଅଭିଯୋଗ କଲା- ବରିଷ୍ଠ ବିଜେପି ନେତା ନିଖୋଜ

12/05/2021 at 6:21 PM

ନୂଆଦିଲ୍ଲୀ ୧୨/୫: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜନୀତି ଥମିବାର ନାଁ ଧରୁନି। ବିରୋଧୀ କଂଗ୍ରେସ ଶାସକ ବିଜେପିର ଦୋଷ ଦୁର୍ବଳତା ଖୋଜିବାରେ ବ୍ୟସ୍ତ ଥିବା ବେଳେ ଛାତ୍ର କଂଗ୍ରେସ କିନ୍ତୁ ତୁଚ୍ଛା ରାଜନୈତିକ ନାଟକ ଆରମ୍ଭ କରିଛି । ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ୍‌ ଅଫ ଇଣ୍ଡିଆ (ଏନଏସ୍‌ୟୁଆଇ) ବୁଧବାର ଦେଶର ମୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଥାନାରେ ଏତଲା ଦେଇଛି। ଗୃହମନ୍ତ୍ରୀ ନିଖୋଜ ଥିବା ନେଇ ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ଏନଏସୟୁଆଇର ଜାତୀୟ ସାଧାରଣ ସମ୍ପାଦକ ନାଗେଶ କରିୟପ୍ପା ଅମିତ ଅନିଲଚନ୍ଦ୍ର ଶାହା ନିଖୋଜ ନେଇ ଏତଲା ଦେବା ସହ କହିଛନ୍ତି, ଦେଶ ଘାତକ ମହାମାରୀ ସହ ଲଢ଼େଇ କରୁଥିବା ବେଳେ ରାଜନେତାଙ୍କ କର୍ତ୍ତବ୍ୟ ହେଉଛି ଭାରତ ସରକାର କିମ୍ବା ବିଜେପି ସରକାର ପ୍ରତି ନୁହେଁ ବରଂ ପୂରା ଦେଶ ପାଇଁ ଉତ୍ତରଦାୟୀ ହେବେ। ଏନଏସୟୁଆଇର ମିଡିଆ ପ୍ରଭାରୀ ଲୋକେଶ ଚୁକଙ୍କ ଅନୁସାରେ ୨୦୧୩ ପର୍ଯ୍ୟନ୍ତ ରାଜନେତା ନାଗରିକମାନଙ୍କ ପ୍ରତି ଜବବଦେହୀ ଥିଲେ, କିନ୍ତୁ ବିଜେପି ସରକାର ଆସିବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଏବେ ଦେଶରେ ଯାହା କିଛି ବି ହୋଇଗଲେ ତାର ଉତ୍ତରଦାୟିତ୍ବ କୌଣସି ନେତା ନେଉନାହାନ୍ତି।

ଆଜି କରୋନା କାଳରେ ଦେଶର ଦୁଇ ଶୀର୍ଷ ନେତା ନିଖୋଜ ଅଛନ୍ତ। ଯେତେବେଳେ ଦେଶବାସୀଙ୍କୁ ନିଜେ ବାଛିଥିବା ପ୍ରତିନିଧିଙ୍କ ଆବଶ୍ୟକତା ପଡ଼ୁଛି ସେତେବେଳେ ସେମାନେ ଗାଏବ ହୋଇଯାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନାଗେଶ କରିୟପ୍ପା ଅମିତ ଶାହାଙ୍କୁ ପଚାରିଛନ୍ତି, ଆପଣ ଦେଶର ଗୃହମନ୍ତ୍ରୀ ନା କେବଳ ବିଜେପି ପାର୍ଟିର ? ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଅସୁବିଧା ଆମେ ବୁଝିଛୁ। ଏହି ସମୟରେ ବର୍ତ୍ତମାନର ସରକାର ଏବଂ ଦୁଇ ଶୀର୍ଷ ନେତା ନିଖୋଜ ହେବାକୁ ନେଇ ଏନଏସୟୁଆଇ ପକ୍ଷରୁ ଏକ ମିସିଂ କମ୍‌ପ୍ଲେଣ୍ଟ ଦିଆଯାଇଛି ବୋଲି ସେ କହିଛନ୍ତି। ଏହା ସହ ଆଶା କରୁଛୁ ଦେଶର ଗୃହମନ୍ତ୍ରୀ ଖୁବ ଶୀଘ୍ର ମିଳିବେ ଏବଂ ନିଜର କର୍ତ୍ତବ୍ୟ ପାଳନ କରିବେ ବୋଲି କହିଛନ୍ତି ନାଗେଶ କରିୟପ୍ପା।

   Related Posts