ଆଗାମୀ ବର୍ଷରୁ ISROଙ୍କ ବାଣିଜ୍ୟିକ ଶାଖା NSIL ଆରମ୍ଭ କରିବେ ଡିମାଣ୍ଡ ବେସ୍ଡ କମ୍ୟୁନିକେସନ ସାଟେଲାଇଟ୍ ସେବା

Published By : Prameya-News7 Bureau | October 02, 2021 IST

ବେଙ୍ଗାଲୁରୁ ୨।୧୦: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲମିଟେଡ (ଏନଏସଆଇଏଲ) ଆଗାମୀ ବର୍ଷରୁ ଡିମାଣ୍ଡ ବେସ୍‌ଡ ଅନ୍ତରୀକ୍ଷ ମିସନ ହାତକୁ ନେବେ ବୋଲି ଘୋଷଣା କରିଛନ୍ତି। ପ୍ରଥମ କରି ଏନଏସଆଇଏଲ ଦେଶରେ ଏହି ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିବା ବେଳେ  ଉପଗ୍ରହ ଆଧାରିତ ଡିଟିଏଚ ଟେଲିଭିଜନ ସେବା ପ୍ରଦାନକାରୀ ଟାଟା ସ୍କାଇଙ୍କ ଲାଗି ପ୍ରଥମ ଯୋଗାଯୋଗ ଉପଗ୍ରହ ଲଞ୍ଚ କରିବେ।

{"id":521304,"width":838,"height":471,"sizeSlug":"full","linkDestination":"none"}

ଏହି ମିସନରେ ଏନଏସଆଇଏଲ ତାଙ୍କ ଗ୍ରାହକଙ୍କ ଲାଗି ଉପଗ୍ରହ ନିର୍ମାଣ, ଏହାର ପ୍ରକ୍ଷେପଣ. ଉପଗ୍ରହ ସଞ୍ଚାଳନ ଓ ସମ୍ପର୍କିତ ସେବା ପ୍ରଦାନ କରିବେ। ୪ ହଜାର କେଜିର ଜିସାଟ-୨୪ ଉପଗ୍ରହ ଲାଗି ଏନଏସଆଇଏଲ ସମ୍ପୂର୍ଣ୍ଣ ପାଣ୍ଠି ବିନିଯୋଗ କରିବା ସହ ଆଗାମୀବର୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁରୋପର ଏରିୟନସ୍ପେସ୍‌ ଙ୍କ ଏରିୟନ-୫ ରକେଟ ଦ୍ୱାରା ମହାକାଶରେ ସ୍ଥାପିତ କରିବେ। ଏ ନେଇ ଏନଏସଆଇଏଲଙ୍କ ଦ୍ୱାରା ଜାରି ବୟାନରେ ଜିସାଟ-୨୪ ସମ୍ପର୍କିତ ସମ୍ପୂର୍ଣ୍ଣ ଉପଗ୍ରହ କ୍ଷମତାକୁ ସଂକଳ୍ପିତ ଗ୍ରାହକ ଟାଟା ସ୍କାଇଙ୍କୁ ତାଙ୍କ ଡିଟିଏଚ୍ ଆପ୍ଲିକେସନ ଆବଶ୍ୟକତା ପୂରଣ ଲାଗି ଲିଜରେ ଦେବେ ବୋଲି କହିଛନ୍ତି।  

{"id":521305,"width":840,"height":629,"sizeSlug":"full","linkDestination":"none"}

ଜିସାଟ୍-୨୪ର ମାଲିକାନା ଓ ସଞ୍ଚାଳନ ବ୍ୟବସାୟୀକ ଆଧାରରେ ଏନଏସଆଇଏଲଙ୍କ ନିକଟରେ ରହିବ। ଯିଏ ଇସ୍ରୋ,ଏରିୟନ ସ୍ପେସ୍ ଓ ଟାଟା ସ୍କାଇ ମଧ୍ୟରେ ଅନ୍ତରୀଣ ଏଜେନ୍ସୀ ଭାବେ ରହିବେ। ଇସ୍ରୋଙ୍କ ଗବେଷଣା, ବୈଷୟିକ ଜ୍ଞାନ ସ୍ଥାନାନ୍ତରଣ, ଲଞ୍ଚ ବାହନ ଉତ୍ପାଦନ ଓ କ୍ଷମତାର ବ୍ୟବସାୟୀକରଣ କରିବା ଲାଗି ଏନଏସଆଇଏଲର ପିରକଳ୍ପନା କରାଯାଇଛି। ଗତ ଜୁଲାଇ ୨୦୧୯ରେ କେନ୍ଦ୍ର ସରକାର ଏହି କମ୍ପାନୀର ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.