Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଇସ୍ରୋର ୩ଟି କମ୍ୟୁନିକେସନ୍‌ ସାଟେଲାଇଟ୍‌ ଅଧିଗ୍ରହଣ କରିବ NSIL: କେ ଶିବନ୍‌

2/07/2021 at 6:12 PM

ନୂଆଦିଲ୍ଲୀ ୨/୦୭: ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ (ଏନଏସଆଇଏଲ୍‌) ୩ଟି  କମ୍ୟୁନିକେସନ୍‌ ସାଟେଲାଇଟ୍‌ ଅଧିଗ୍ରହଣ କରିବ ବୋଲି  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମୁଖ୍ୟ କେ ଶିବନ୍‌ କହିଛନ୍ତି । ୩ ଉପଗ୍ରହ GSAT 20, GSAT 22 ଏବଂ GSAT 24 କୁ ଏନଏସ୍ଆଇଏଲ ଅଧିଗ୍ରହଣ କରିବା ସହ ଇସ୍ରୋ ଦ୍ବାରା ବିକଶିତ ଏହି ଉପଗ୍ରହର ମାଲିକାନା ଏବଂ ସଞ୍ଚଳାନ ଦାୟିତ୍ବ ଏହି କମ୍ପାନୀ ଅଧୀନରେ ରହିବ ।

ଅନ୍ତରୀକ୍ଷ ବିଭାଗ ଦ୍ବାରା ଅନୁମୋଦିତ ପ୍ରଥମ ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜ୍‌ ଏନଏସଆଇଏଲ୍‌କୁ ଲିଜ୍‌ରେ ସାଟେଲାଇଟ୍‌ ଦେବାକୁ ଯୋଜନା କରାଯାଉଥିବା ନେଇ ଶିବନ୍‌ କହିଛନ୍ତି।  ୬ ମାର୍ଚ୍ଚ ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିବା NSIL ଇସ୍ରୋର ବାଣିଜ୍ୟିକ ଅଙ୍ଗ। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଉତ୍ପାଦ ଏବଂ ସେବାର ବାଣିଜ୍ୟିକ ଉପଯୋଗ ପାଇଁ ଏହି କମ୍ପାନୀ କାର୍ଯ୍ୟ କରୁଛି।

ବର୍ତ୍ତମାନ ୧୭ଟି କମ୍ୟୁନିକେସନ୍‌ ସାଟେଲାଇଟ୍‌ ଥିବା ବେଳେ ୮ଟି ନାଭିଗେସନ୍‌ ସାଟେଲାଇଟ୍‌ ରହିଛି। ଏହା ବ୍ୟତୀତ ଇସ୍ରୋ ପାଖରେ ୧୭ଟି ଅବଜରଭେସନ୍‌ ସାଟେଲାଇଟ୍‌ ରହିଛି ।ଇସ୍ରୋ ମୁଖ୍ୟଙ୍କ ମତରେ ଜିସାଟ-୨୪କୁ ଚଳିତବର୍ଷ ଶେଷ କିମ୍ବା ୨୦୨୨ ଜାନୁଆରୀ ସୁଦ୍ଧା ଲଞ୍ଚ ପାଇଁ ପ୍ରସ୍ତୁତ କରାଯିବ। ଅନ୍ୟ ଦୁଇ ଉପଗ୍ରହ ଜିସାଟ୍‌ ୨୦ ଏବଂ ଜିସାଟ୍‌ ୨୨ ନିର୍ମାଣଧୀନ ରହିଥିବା ନେଇ କେ ଶିବନ୍‌ କହିଛନ୍ତି।

ଜିସାଟ୍‌ ୨୦କୁ ଜିଓସିଂକ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ ଭେଇକିଲ୍‌ ମାର୍କ ୩ ମାଧ୍ୟମରେ ଲଞ୍ଚ କରାଯିବ। ଏଥି ନିମନ୍ତେ ୨୦୨୧-୨୨ ବଜେଟ୍‌ରେ ଅନ୍ତରୀକ୍ଷ ବିଭାଗକୁ ୧୩,୯୪୯ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ସହ ଏନଏସଆଇଏଲ୍‌କୁ ୭୦୦ କୋଟି ଟଙ୍କା ଦିଆଯାଇଥିବା ଜଣାପଡ଼ିଛି ।

   Related Posts