ବ୍ରାହ୍ମଣୀ ନଦୀରେ ବୁଡି ଏନଏସଜି ଯବାନ ମୃତ, ବଣଭୋଜି ବେଳେ ଘଟିଲା ଅଘଟଣ

Published By : Prameya-News7 Bureau | December 21, 2020 IST

ଲହୁଣିପଡ଼ା,୨୧/୧୨: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯବାନ ଜୀବନ ହାରିଛନ୍ତି । ଯବାନ ଜଣଙ୍କ ନିଜ ବନ୍ଧୁମାନଙ୍କ ସହ ବଣଭୋଜି କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।

ମୃତ ଯବାନ ହେଲେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲହୁଣିପଡ଼ା ବ୍ଲକ ଦର୍ଜିଂ ପଞ୍ଚାୟତ ସ୍ଥିତ କୁଡାପଡ଼ା ଗ୍ରାମର ମାନସ ରଞ୍ଜନ ମାହାନ୍ତ । ସେ ଭାରତୀୟ ସେନାର ଏନ୍‌ଏସ୍‌ଜିରେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ,  ମାନସ ଗତ ମାସ ୧୩ ତାରିଖରୁ ଏକ ମାସ ପାଇଁ ଛୁଟିରେ ନିଜ ଗାଁକୁ ଆସିଥିଲେ । ରବିବାର କିଛି ସାଙ୍ଗମାନଙ୍କ ସହ ବଣଭୋଜି କରିବା ଲାଗି ବିରତୋଳାକୁ ଯାଇଥିଲେ । ସେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ତଥା ସାଙ୍ଗମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚାନ୍ଦିପୋଷ ପୋଲିସ୍‌ ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ପରେ ମତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.