କରୋନାର ନୂତନ ଲହର ଚିନ୍ତାରେ ଘରୋଇ ପୁଞ୍ଜି ବଜାରରେ ହାହାକାର, ୧୪୦୦ ପଏଣ୍ଟ ଖସିଲା ସେନସେକ୍ସ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧।୧୨: କରୋନାର ନୂତନ ଲହର ଆରମ୍ଭ ହେବା ଚିନ୍ତାରେ ଘରୋଇ ପୁଞ୍ଜି ବଜାରରେ ସୋମବାର ହାହାକାର ସ୍ଥିତି ସୃଷ୍ଟି ହୋଇଛି। ମଧ୍ୟାହ୍ନ ୧୨ଟା ପରେ ସେନସେନ୍ସ ନିମ୍ନଗାମୀ ହୋଇ ୨୦୩୭ ପଏଣ୍ଟ ତଳକୁ ଖସି ୪୪,୯୨୩.୦୮ ସ୍ତରରେ ପହଞ୍ଚିଥିଲା। ଦିନର କାରବାର ଶେଷରେ ସେନସେକ୍ସ ୧୪୦୬ ଅଙ୍କ ହ୍ରାସ ସହିତ ୪୫,୫୫୩.୯୬ରେ ବନ୍ଦ ରହିଛି। ଏହି ପରି ନିଫଟି ୪୩୨.୧୫ ପଏଣ୍ଟ ତଳକୁ ଖସି ୧୩,୩୨୮.୩୦ରେ ବନ୍ଦ ରହିଛି।

ଆନ୍ତର୍ଜାତୀୟ ଘରୋଇ ବଜାରରେ ନକରାତ୍ମକ ସଙ୍କେତ କାରଣରୁ ପ୍ରଥମ କାରବାର ଦିନରେ ଘରୋଇ ପୁଞ୍ଜି ବଜାର  ଲାଲ ଚିହ୍ନରୁ ଆରମ୍ଭ ହୋଇଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜକର ସେନସେକ୍ସ ୨୮ ପଏଣ୍ଟ ତଳକୁ ଖସି ୪୬, ୯୩୨ରେ ଖୋଲିଥିଲା। ଏହି ପରି ନିଫଟି ୧୯ ପଏଣ୍ଟ ହ୍ରାସ ସହିତ କାରବାର ୧୩,୭୪୧ରେ ଖୋଲିଥିଲା।

ସମସ୍ତ ସେକ୍ଟରର ସୂଚକାଙ୍କ ଲାଲ ଚିହ୍ନରେ ରହିଥିଲା। ସେନସେକ୍ସର ସମସ୍ତ ୩୦ ସେୟାର ଲାଲ ଚିହ୍ନରେ ରହିଥିଲା।  ନିଫଟି ପିଏସୟୁରେ ୭ ପ୍ରତିଶତ ହ୍ରାସ ଘଟିଛି। ସେହି ପରି ନିଫଟିର ୫୦ ସେୟାର ଲାଲ ଚିହ୍ନ ଦେଇ କାରବାର କରିଛି। ଓଏନଜିସି, ଟାଟା ମୋଟର୍ସ, ଗେଲ୍, ହିଣ୍ଡାଲକୋ ଓ ଆଇଓସିର ସେୟାରରେ ହ୍ରାସ ଦେଖିବାକୁ ମିଳିଛି। ପ୍ରାୟ ୫୮୦ ଅଂଶଧନରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ୨୩୮୧ ସେୟାରରେ ହ୍ରାସ ଦେଖିବାକୁ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.